ଓଡିଶା

odisha

ବିଶ୍ବର ଏକମାତ୍ର ପଶ୍ଚିମମୁଖୀ ମନ୍ଦିର, ଜାଣନ୍ତୁ ଐତିହ୍ୟ...

ଝାଡ଼ଖଣ୍ଡର ଔରଙ୍ଗାବାଦରେ ରହିଛି ବିଶ୍ବର ଏକମାତ୍ର ପଶ୍ଚିମମୁଖୀ ମନ୍ଦିର । ସର୍ବପୁରାତନ ମନ୍ଦିର ମଧ୍ୟରେ ଏହା ଅନ୍ୟତମ । ତେବେ ଏହି ମନ୍ଦିରରେ ସୂର୍ଯ୍ୟଦେବତା 3ଟି ରୂପରେ ରହିଥାନ୍ତି । ଏହି ମନ୍ଦିରରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ଏଠାରେ ରହିଥାନ୍ତି । ଅଧିକ ପଢନ୍ତୁ...

By

Published : Nov 1, 2019, 7:45 PM IST

Published : Nov 1, 2019, 7:45 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାଞ୍ଚି: ଆରମ୍ଭ ହୋଇଛି ଛଠ ପର୍ବ । ଏଥିପାଇଁ ରାଜ୍ୟର ଅନେକ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି । ତେବେ ଔରଙ୍ଗାବାଦ ଜିଲ୍ଲାରେ ଥିବା ସୂର୍ଯ୍ୟ ମନ୍ଦିରର ଏହି ପୂଜାରେ ଅନେକ ମହତ୍ତ୍ବ ରହିଥିବା ଜଣାପଡ଼ିଛି । ବିଶ୍ବର ଏକ ମାତ୍ର ମନ୍ଦିର ଭାବେ ଏହି ମନ୍ଦିରର ପଶ୍ଚିମମୁଖି ଅଟେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସେପଟେ ଏହି ମନ୍ଦିରରେ ସୂର୍ଯ୍ୟଦେବତା 3ଟି ରୂପରେ ରହିଥିବା ଜଣାପଡ଼ିଛି । ଏଠାରେ ସୂର୍ଯ୍ୟଦେବତା ବ୍ରହ୍ଣା, ବିଷ୍ଣୁ ଓ ମହେଶ୍ବରଙ୍କ ରୁପରେ ରହିଥାନ୍ତି । ତେବେ ଏନେଇ ମନ୍ଦିରର ପୂଜାରୀ ଏନେଇ କହିଛନ୍ତି, ଏହି ମନ୍ଦିର ସର୍ବପୁରାତନ ମନ୍ଦିରର ମଧ୍ୟରୁ ଅନ୍ୟତମ । ଏହି ମନ୍ଦିର ତ୍ରେତୟା ଯୁଗର 12 ଲକ୍ଷ 16 ହଜାର ବର୍ଷ ପରେ ଇଲାଙ୍କ ପୁତ୍ର ରାଜା ଏଲ ଏହାକୁ ନିର୍ମାଣ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି, ଏହି ମନ୍ଦିରରେ ଥିବା ସୂର୍ଯ୍ୟ କୁଣ୍ଡର ଜଳରେ ରୋଗୀଙ୍କ ରୋଗ ମଧ୍ୟ ନିବାରଣ ହୋଇଥାଏ । ବିଶ୍ବାସ ରହିଛି ଯେ ଯେକୌଣସି ଶ୍ରଦ୍ଧାଳୁ ଏଠାରେ ମାନସିକ କରିଥାଏ ତାହାର ମାନସିକ ପୁରଣ ହୋଇଥାଏ । ଫଳରେ କାର୍ତ୍ତିକ ମାସରେ ପଡ଼ୁଥିବା ଛଠ ପର୍ବ ଅବସରରେ ଏଠାରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ ବୋଲି ଜଣାପଡ଼ିଛି ।

ତେବେ କାର୍ତ୍ତିକ ମାସ ସମୟରେ ଏଠାରେ ଅନେକ ମେଳାର ଆୟୋଜନ କରାଯାଇଥାଏ । ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ପୋଲିସମାନେ ମଧ୍ୟ ନିୟୋଜିତ ହୋଇଥାନ୍ତି । କେବଳ ପୋଲିସ କର୍ମଚାରୀ ନୁହନ୍ତି, ଡାକ୍ତରୀ ଦଳଙ୍କ ମଧ୍ୟ ନିୟୋଜିତ କରାଯାଇଥାଏ । ତେବେ ପ୍ରଶାସନ ପକ୍ଷରୁ ଏହି ସମୟରେ ଅନେକ ସୁବିଧାର ମଧ୍ୟ ଉପଲବ୍ଧ କରାଯାଇଥାଏ ।

ABOUT THE AUTHOR

...view details