ଓଡିଶା

odisha

କୋରୋନାରୁ ବର୍ତ୍ତିବା ପାଇଁ ଯବାନଙ୍କୁ ଦିଆଯାଉଛି ଇମ୍ୟୁନିଟି ବୁଷ୍ଟର

By

Published : Sep 28, 2020, 9:20 AM IST

କୋରୋନାରୁ ବର୍ତ୍ତିବା ପାଇଁ ତାମିଲନାଡୁ ଠାରୁ ଆରମ୍ଭ କରି ଦିଲ୍ଲୀ ଏବଂ ପଞ୍ଜାବ ପର୍ଯ୍ୟନ୍ତ ସମସ୍ତ ଯବାନଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଇମ୍ୟୁନିଟି ବୁଷ୍ଟର ଦିଆଯାଉଛି । ଅଧିକ ପଢନ୍ତୁ...

Immunity boosters being given to soldiers in many states of the country
କୋରୋନାରୁ ବର୍ତ୍ତିବା ପାଇଁ ଯବାନଙ୍କୁ ଦିଆଯାଉଛି ଇମ୍ୟୁନିଟି ବୁଷ୍ଟର

ନୂଆଦିଲ୍ଲୀ: ସାରାବିଶ୍ବରେ ଏବେ ଆତଙ୍କ ମଚାଉଛି ମହାମାରୀ କୋରୋନା । ଏଥିରୁ ରକ୍ଷା ପାଇବା ପାଇଁ ସରକାର ସମସ୍ତ ପଦକ୍ଷେପ ଉପରେ ଗୁରୁତ୍ବାରୋପ କରୁଛନ୍ତି। ଅଧିକାଂଶ ରାଜ୍ୟ ବର୍ତ୍ତମାନ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ ଆଗେଇଛନ୍ତି । ତାମିଲନାଡୁ ଠାରୁ ଆରମ୍ଭ କରି ଦିଲ୍ଲୀ ଏବଂ ପଞ୍ଜାବ ପର୍ଯ୍ୟନ୍ତ ସମସ୍ତ ଯବାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଇମ୍ୟୁନିଟି ବୁଷ୍ଟର ଦିଆଯାଉଛି । ଦେଶର ପ୍ରାୟ ସାତ ଲକ୍ଷ ଆୟୁଷ ଡାକ୍ତରଙ୍କୁ ମଧ୍ୟ ଗାଇଡଲାଇନ ପଠାଯାଇଛି।

ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଥିଲେ ଯେ, କୋଭିଡ ମହାମାରୀ ପରିଚାଳନାରେ ଆୟୁଷ ଚିକିତ୍ସାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗିଲୋୟ, ଅଶ୍ବଗନ୍ଧା ଏବଂ ତୁଳସୀ ଭଳି ଔଷଧିୟରୁ ପ୍ରସ୍ତୁତ କାଢା ଯବାନମାନେ କୋରୋନା ସୁରକ୍ଷା ପାଇଁ ବ୍ୟବହାର କରୁଛନ୍ତି। ଯବାନମାନଙ୍କୁ ଏକ ସୁରକ୍ଷା କିଟ୍ ମଧ୍ୟ ଯୋଗାଇ ଦିଆଯାଉଛି, ଯେଉଁଥିରେ କାଢା ବ୍ୟତୀତ ଔଷଧିୟ ଗୁଣଥିବା ଦ୍ରବ୍ୟରୁ ପ୍ରସ୍ତୁତ ଔଷଧ ମଧ୍ୟ ରହିଛି । ପଞ୍ଜାବରେ କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପୋଲିସ କର୍ମଚାରୀଙ୍କୁ କିଟ୍ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ଇମ୍ୟୁନିଟି ପ୍ଲସ୍ ବ୍ୟତୀତ ମାସ୍କ, ଅକ୍ସିମିଟର ଏବଂ ଔଷଧୀୟ ଦ୍ରବ୍ୟରୁ ପ୍ରସ୍ତୁତ ଔଷଧ ଅନ୍ତର୍ଭୁକ୍ତ ।

ଇମ୍ୟୁନିଟି ପ୍ଲସ୍ ଉତ୍ପାଦନ କରୁଥିବା ଏମିଲ୍ ଫାର୍ମାସ୍ୟୁଟିକାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ସଞ୍ଚିତ ଶର୍ମା କହିଛନ୍ତି ଯେ 51 ଟି ଚେରମୂଳିରୁ ଇମ୍ୟୁନିଟି ପ୍ଲସ୍ ତିଆରି ହୋଇଛି। ତେବେ ଏହା ରୋଗ ପ୍ରତିରୋଧକ ଶକ୍ତି ବଭାଇବା ସହିତ, ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଉପାଦାନଗୁଡ଼ିକ ଶରୀରରେ ଥିବା ବିଷାକ୍ତ ଉପାଦାନଗୁଡ଼ିକୁ ବାହାର କରିବାରେ ସହାୟକ ହୋଇଥାଏ । ଏଥି ସହିତ ତାମିଲନାଡୁ ସରକାର ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ କିଟ୍ ବଣ୍ଟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାର ପ୍ରଭାବଶାଳୀ ଚିକିତ୍ସା ବାହାରି ନାହିଁ। ଏପରି ପରିସ୍ଥିତିରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ହେଉଛି ଏହାର ଏକମାତ୍ର ବିକଳ୍ପ ।

ABOUT THE AUTHOR

...view details