ଓଡିଶା

odisha

ETV Bharat / bharat

ପ୍ରବଳ ବର୍ଷା ନେଇ 32 ଜିଲ୍ଲାକୁ ହାଇ ଆଲର୍ଟ ଜାରି - ଆଇଏମ୍‌ଡି ଜାରି କଲା ସତର୍କ ସୂଚନା

ମଧ୍ୟପ୍ରଦେଶର 32ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସତର୍କ ସୂଚନା ଜାରି କରିଛି ।

ଫାଇଲ ଫଟୋ

By

Published : Sep 9, 2019, 8:53 PM IST

ଭୋପାଳ: ଆସନ୍ତା 24 ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶର 32ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସତର୍କ ସୂଚନା ଜାରି କରିଛି। ବର୍ଷା ପରିମାଣରୁ ଦୃଷ୍ଟିରେ ରଖି ତିନୋଟି ପର୍ଯ୍ୟାୟରେ ସତର୍କ ସୂଚନା ଜାରି କରାଯାଇଛି । 32ଟି ଜିଲ୍ଲାକୁ ଅରେଞ୍ଜ, ରେଡ୍‌, ୟଲୋ ଆଲର୍ଟ ଜାରି କରାଯାଇଛି।

ହର୍ଦ୍ଦା, ହୋସଙ୍ଗାବାଦ, ନିମୁଚ୍‌, ମନ୍ଦାସୋର, ରାୟସେନ୍‌, ନରସିଂହପୁର, ସୀହୋର ଏବଂ ରତଲାମ ଆଦି ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ବରୱାନି, ଦମୋହ, ଦିୱାସ, ଧାର, ଇନ୍ଦୋର,ରାଜଗଡ, ଭିଦିଶା ଏବଂ ଉଜ୍ଜୈୟନୀ ଆଦି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଅନ୍ୟପଟେ ରାଜ୍ୟର ଭୋପାଳ, ଅଗର, ଅଲ୍ଲୀରାଜପୁର, ଅଶୋକ ନଗର, ବାଲାଘାଟ, ବେତୁଲ, ବୁରହାନପୁର, ଛିନ୍ଦବାଡା, ଗୁନା, ଜବଲପୁର, ଖଣ୍ଡୱା, ଖାରଗୋନ୍, ମଣ୍ଡଲା, ଶାହାଜାହାଁପୁର, ସାଗର ଏବଂ ସିଓନି ଭଳି ଜିଲ୍ଲାକୁ ୟୋଲୋ ଆଲର୍ଟ ଜାରି କରାଯାଇଛି । ଏହା ସହ ବର୍ଷାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ABOUT THE AUTHOR

...view details