ଓଡିଶା

odisha

ଦେଶର ସର୍ବଶ୍ରେଷ୍ଠ 5ଟି ଆଇଆଇଟି ମଧ୍ୟରେ ଖଡଗପୁର

By

Published : Sep 5, 2019, 8:27 PM IST

କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ବିଭାଗ ଦ୍ବାରା ଦେଶର 5ଟି ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ତାଲିକା ପ୍ରକାଶ ପାଇଛି। ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ପଶ୍ଚିମବଙ୍ଗର ଖଡଗପୁର ଆଇଆଇଟି ସ୍ଥାନ ପାଇଛି।

ଫଟୋ ସୌଜନ୍ୟ : ଫାଇଲ ଫୋଟ

ଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ନିଶାଙ୍କ ପୋଖରିୟାଲ ଦେଶର 5ଟି ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ନାଁ ଘୋଷଣା କରିଛନ୍ତି । ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ପଶ୍ଚିମବଙ୍ଗର ଆଇଆଇଟି ଖଡଗପୁର ସ୍ଥାନ ପାଇଛି । ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡିକ ହେଉଛି ଦିଲ୍ଲୀ ବିଶ୍ବବିଦ୍ୟାଳୟ, ବନାରସ ହିନ୍ଦୁ ବଶ୍ବବିଦ୍ୟାଳୟ, ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ ଓ ଆଇଆଇଟି ମାଡ୍ରାସ ।

ଗତ ମାସରେ ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟକୁ ନେଇ ଚୟନ କରାଯାଇଥିଲା । ୟୁଜିସି ଦ୍ବାରା ଗଠିତ ବିଶେଷଜ୍ଞ କମିଟି ଦ୍ବାରା ଏହି ଶିକ୍ଷାନୁଷ୍ଠାନ ଗୁଡିକୁ ଚୟନ କରାଯାଇଛି। ସେହିଭଳି ଦେଶର 5ଟି ବେସରକାରୀ ବିଶ୍ବବିଦ୍ୟାଳୟ ଗୁଡିକ ମଧ୍ୟରେ ଓଡିଶାର କିଟ ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛି।

ABOUT THE AUTHOR

...view details