ଓଡିଶା

odisha

ETV Bharat / bharat

ଡାକ୍ତର ଓ ନର୍ସଙ୍କ ପାଇଁ ସୁରକ୍ଷାର ଆଉ ଏକ ସ୍ତର ଯୋଡିବ ଆଇଆଇଟି, କାନପୁର - କୋରୋନା ଭାଇରସ ନ୍ୟୁଜ୍‌

କୋରୋନା ମୁକାବିଲା ପାଇଁ ଆଇଆଇଟି କାନପୁରର ନୂଆ ପ୍ରୟାସ । ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅଧିନରେ କାର୍ଯ୍ୟରତ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ (ଏସଇଆରବି) ର ସହଯୋଗରେ ବିକଶିତ ହେଉଛି ଏହି ଉପାୟ । ଅଧିକ ପଢ଼ନ୍ତୁ...

iit kanpur, coronavirus news, corona update, safety of doctors and nurses, ଆଇଆଇଟି କାନପୁର, ଡାକ୍ତର ଓ ନର୍ସଙ୍କ ସୁରକ୍ଷା, କୋରୋନା ସଂକ୍ରମଣ, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ
ଡାକ୍ତର ଓ ନର୍ସଙ୍କ ପାଇଁ ସୁରକ୍ଷାର ଆଉ ଏକ ସ୍ତର ଯୋଡିବ ଆଇଆଇଟି, କାନପୁର

By

Published : Apr 6, 2020, 11:54 PM IST

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ଆଇଆଇଟି କାନପୁରର ନୂଆ ପ୍ରୟାସ । ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅଧିନରେ କାର୍ଯ୍ୟରତ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ (ଏସଇଆରବି) ର ସହଯୋଗରେ ବିକଶିତ ହେଉଛି ଏହି ଉପାୟ । ବର୍ତ୍ତମାନ ସମୟରେ ମାସ୍କ ଓ ଡାକ୍ତରୀ କର୍ମଚାରୀଙ୍କ ପାଇଁ ଆବଶ୍ୟକୀୟ ପିପିଇର ଆବଶ୍ୟକତା ପୂରଣ କରିବା ପାଇଁ ଏହି ଉପାୟ ବେଶ ଲାଭଦାୟକ ।

ଡାକ୍ତର ଓ ନର୍ସଙ୍କ ପାଇଁ ସୁରକ୍ଷାର ଆଉ ଏକ ସ୍ତର ଯୋଡିବ ଆଇଆଇଟି, କାନପୁର

ଆଇଆଇଟି କାନପୁରର ଏକ ଗବେଷକ ଦଳ ଏକ ଏପରି କୋଟିଂ ବିକଶିତ କରୁଛନ୍ତି, ଯାହା ସାହାଯ୍ୟରେ ମାସ୍କ ଓ ପିପିଇକୁ ଅଧିକ ସୁରକ୍ଷିତ କରିହେବ । ସାଧାରଣ ପଲିମରର ମିଶ୍ରଣରେ ଏହି କୋଟିଂକୁ ପ୍ରସ୍ତୁତ କରାଯାଉଛି । ସୁଲଭ ଦରରେ ମିଳିବାକୁ ଥିବା ଏହି କୋଟିଂରେ ରହିବ ଆଣ୍ଟି ମାଇକ୍ରୋବାୟାଲ କ୍ଷମତା ଓ ଆଣ୍ଟି ଭାଇରାଲ କଣିକା ।

ବର୍ତ୍ତମାନ ସମୟରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସମାନେ ନିଜ କାର୍ଯ୍ୟଶୈଳୀ ପାଇଁ ଖୁବ ଶୀଘ୍ର ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏହି ନୂଆ କୋଟିଂର ବ୍ୟବହାର ସେମାନଙ୍କୁ ସହଜରେ ସଂକ୍ରମିତ ହେବାରୁ ରକ୍ଷା କରିପାରେ । ଏହା ସେମାନେ ବ୍ୟବହାର କରିବାକୁ ଥିବା ମାସ୍କ ଓ ପିପିଇରେ ସୁରକ୍ଷାର ଆଉ ଏକ ସ୍ତର ଯୋଡିବା ସହ ସେମାନଙ୍କୁ ଅଧିକ ସୁରକ୍ଷିତ କରିପାରିବ ନିଶ୍ଚୟ ବୋଲି ଆଶା ପୋଷଣ କରିଛନ୍ତି ଗବେଷକ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details