ଓଡିଶା

odisha

ETV Bharat / bharat

କଣ୍ଟାକ୍ଟଲେସ ମୋବାଇଲ ଆପ ଲଞ୍ଚ କଲେ ଆଇଆଇଟି ଛାତ୍ର

ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଗୌହାଟିର ଆଇଆଇଟି ଛାତ୍ରଛାତ୍ରୀ ମିଶି କଣ୍ଟାକ୍ଟଲେସ ମୋବାଇଲ ଆପ ବିକଶିତ କରିଛନ୍ତି ।

By

Published : May 31, 2020, 3:45 PM IST

contactless mobile application
କଣ୍ଟାକ୍ଟଲେସ ମୋବାଇଲ ଆପ ଲଞ୍ଚ କଲେ ଗୌହାଟି ଆଇଆଇଟି ଛାତ୍ର

ନୂଆଦିଲ୍ଲୀ: କଣ୍ଟାକ୍ଟଲେସ ମୋବାଇଲ ଆପ ଲଞ୍ଚ କଲେ ଗୌହାଟି ଆଇଆଇଟି ଛାତ୍ରଛାତ୍ରୀ । ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଗୌହାଟିର ଆଇଆଇଟି ଛାତ୍ରଛାତ୍ରୀ ମିଶି କଣ୍ଟାକ୍ଟଲେସ ମୋବାଇଲ ଆପ ବିକଶିତ କରିଛନ୍ତି । ଏହି ଆପ ବିମାନ ଯାତ୍ରୀଙ୍କ ପାଇଁ ଉପଯୋଗୀ ହେବ ।

‘ଫ୍ଲିଜି’ଆପକୁ ନିର୍ମାଣ କରିଥିବା ବ୍ୟକ୍ତି ଦାବି କରିଛନ୍ତି ଯେ, ଏହା ଭାରତର ପ୍ରଥମ ଆଭିଏସନ ମର୍ଡନ ଟେକ୍ନୋଲୋଜି ସଲ୍ୟୁସନ ଯାହା ବିମାନ ଯାତ୍ରା ସୁରକ୍ଷିତ ରଖିବା ସହ ଯାତ୍ରୀଙ୍କୁ ବିମାନ ବନ୍ଦର ଏବଂ ଅନ୍ୟଯାତ୍ରୀଙ୍କ ଠାରୁ କଣ୍ଟାକ୍ଟ ଲେସ କରାଇବାରେ ଉପଯୋଗୀ ହେବ ।

ଦିପକ ମିନା ନାମକ ଆଇଆଇଟି ଛାତ୍ର ଫ୍ଲିଜି ଆପର ସିଇଓ କହିଛନ୍ତି, ଫ୍ଲିଜି ଭାରତର ପ୍ରଥମ ମୋବାଇଲ ବେସ୍ଡ କଣ୍ଟାକ୍ଟଲେସ ସପ୍ଟୱେୟାର ଟେକ୍ନୋଲୋଜି ହେବାକୁ ଯାଉଛି । ଏହା ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନର ଗାଇଡଲାଉନ ଦ୍ବାରା ବିକଶିତ ହୋଇଛି । ଏହି ଆପ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହି ଆପକୁ କୌଣସି ସାଇବରସେକ୍ୟୁରିଟିର ବିପଦ ନାହିଁ ।

ଏହି ଆପରେ 4ଟି ଫିଚର ରହିବ । ଯାହା ଟ୍ରାଭେଲରଙ୍କୁ ଯାତ୍ରୀଙ୍କ ପ୍ରୋସେସିଙ୍ଗ, ଏୟାରପୋର୍ଟ ସପିଙ୍ଗ୍, ପାର୍କିଙ୍ଗ ଏବଂ ବ୍ୟାଗେଜ୍ ଡ୍ରପ ସମ୍ପର୍କରେ ଜାଣିବାରେ ସାହାଯ୍ୟ କରିବ । ମୋବାଇଲ୍ ଆପକୁ କାର୍ଯ୍ୟକ୍ଷମ କରିବା ପାଇଁ ଗୌହାଟି, ମୁମ୍ବାଇ ଏବଂ ବାଙ୍ଗାଲୋରର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି ବୋଲି ମୀନା କହିଛନ୍ତି।

ଆଇଆଇଟି ଗୌହାଟିର ଅନ୍ୟ ଜଣେ ଛାତ୍ର ହଂସରାଜ ପଟେଲ କହିଛନ୍ତି, ଏହି ଆପ ପ୍ରୋସେସିଙ୍ଗ ଧୀମ୍ର ନହୋଇ ସାମାଜିକ ଦୂରତା ବଜାୟ ରଖିବାରେ ସାହାଯ୍ୟ କରିବ। ମୀନା ଆହୁରି ମଧ୍ୟ କହିଛନ୍ତି ଯେ, ବିମାନ ଚଳାଚଳ ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏବଂ ଆଇଆଇଟିସିଆନ ଭାବରେ ମୁଁ ଭାରତକୁ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଆମର ଦାୟିତ୍ବ ବୋଲି ମୁଁ ଅନୁଭବ କରେ।

ଏହି ପ୍ରକ୍ରିୟା ସ୍ୱୟଂଚାଳିତ ଏବଂ ଦ୍ରୁତ ଗତିରେ ବିମାନ ଚଳାଚଳ ଶିଳ୍ପକୁ ମଧ୍ୟ ବହୁ ଅର୍ଥ ସଞ୍ଚୟ କରିବାରେ ସାହାଯ୍ୟ କରିବ ବୋଲି ଆଇଆଇଟି ଛାତ୍ର ଅର୍ଜିତ ସିଂ କହିଛନ୍ତି। ଗତ ସପ୍ତାହରେ ଲକଡାଉନ କାରଣରୁ ବିଦେଶରେ ଫସିଥିବା 58 ହଜାର ଯାତ୍ରୀଙ୍କୁ ବେସାମରିକ ବିମାନ ଦ୍ବାରା ସ୍ବେଦେଶ ଫେରାଇ ଅଣାଯାଇଥିବା ମନ୍ତ୍ରଣାଳୟ କହିଛି । କୋରୋନା ଯୁଦ୍ଧରେ ଷ୍ଟାର୍ଟଅପ ଇଣ୍ଡିଆ ଏବଂ ଏନଆଇଟିଆଇ ଆୟୋଗ ଦ୍ୱାରା 'ଫ୍ଲିଜି' ମାନ୍ୟତା ପାଇଛି ।

ABOUT THE AUTHOR

...view details