ଓଡିଶା

odisha

ETV Bharat / bharat

‘ଆରଜେଡି କ୍ଷମତାକୁ ଆସିଲେ ଆତଙ୍କବାଦୀ କାଶ୍ମୀର ଛାଡି ବିହାରରେ ଆଶ୍ରୟ ନେବେ’

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ଯଦି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିବ ଆତଙ୍କବାଦୀମାନେ କାଶ୍ମୀରରୁ ଆସି ବିହାରରେ ଆଶ୍ରୟ ନେବେ।

ଆରଜେଡି କ୍ଷମତାକୁ ଆସିଲେ ଆତଙ୍କବାଦୀ କାଶ୍ମୀର ଛାଡି ବିହାରରେ ଆଶ୍ରୟ ନେବେ
ଆରଜେଡି କ୍ଷମତାକୁ ଆସିଲେ ଆତଙ୍କବାଦୀ କାଶ୍ମୀର ଛାଡି ବିହାରରେ ଆଶ୍ରୟ ନେବେ

By

Published : Oct 14, 2020, 6:17 PM IST

ନୂଆଦିଲ୍ଲୀ: ଆଗକୁ ବିହାର ନିର୍ବାଚନ । ଏହାରି ମଧ୍ୟରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆରଜେଡିକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସେ ତେବେ ଆତଙ୍କବାଦୀମାନେ କାଶ୍ମୀରରୁ ଆସି ବିହାରରେ ଆଶ୍ରୟ ନେବେ। ଏଣୁ ଆମେ ତାହା ହେବାକୁ ଦେବୁ ନାହିଁ ବୋଲି ନିତ୍ୟାନନ୍ଦ କହିଛନ୍ତି।

ବିଜେପି ନେତା ନିତ୍ୟାନନ୍ଦ ରାୟ ବିହାର ସମସ୍ତିପୁର ଜିଲ୍ଲାର ଉଜୈରପୁର ନିର୍ବାଚନ ମଣ୍ଡଳୀରୁ ଲୋକସଭା ସାଂସଦ ଅଟନ୍ତି । ପୂର୍ବରୁ ସେ ବିହାର ବିଜେପି ମୁଖ୍ୟ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ। ଏପଟେ ସେ ଆରଜେଡିକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ବିରୋଧୀ ଦଳ ତୀବ୍ର ସମାଲୋଚନା କରିଛି। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ କହିଛନ୍ତି, ନିର୍ବାଚନ ପୂର୍ବରୁ ବିଜେପି ଏଜେଣ୍ଡାକୁ ବଦଳାଇବାକୁ ଚେଷ୍ଟା କରୁଛି।

ବିହାରରେ ବେକାରୀ ହାର 46.6% ଅଟେ। ତେବେ ବେକାରୀ, ଦାରିଦ୍ର୍ୟ, ଅନାହାର ଏବଂ ସ୍ଥାନାନ୍ତରଣର ସମସ୍ୟାକୁ ନେଇ ସେ କଣ କହିବେ ? 15 ବର୍ଷ ମଧ୍ୟରେ ସେମାନଙ୍କର ଡବଲ୍-ଇଞ୍ଜିନ୍ ସରକାର କ’ଣ କରିଛନ୍ତି? ଏଜେଣ୍ଡା ଠାରୁ ଦୂରେଇ ଯିବାକୁ ଏହା ସେମାନଙ୍କର ପ୍ରୟାସ । କିନ୍ତୁ ଆମେ ଏଜେଣ୍ଡା ଉପରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛୁ ବୋଲି ତେଜସ୍ୱୀ ୟାଦବ କହିଛନ୍ତି ।

ପ୍ରକାଶ ଥାଉକି, ଅକ୍ଟୋବର 28ରେ ବିହାର ନିର୍ବାଚନ ଆରମ୍ଭ ହେବ । ଯାହାର ଫଳାଫଳ ନଭେମ୍ବର 10 ରେ ଘୋଷଣା କରାଯିବ।

ABOUT THE AUTHOR

...view details