ଓଡିଶା

odisha

ETV Bharat / bharat

ମୋବାଇଲ ବିଲ ପୈଠ ନ କରିବା ଅପରାଧ ନୁହଁ

କେରଳ ହାଇକୋର୍ଟରେ ଜଣେ ଉପଭୋକ୍ତାଙ୍କ ବିରୋଧରେ ଟେଲିକମ କମ୍ପାନୀ ଅପରାଧିକ ମାମଲା ରୁଜୁ କରିଥିଲା । ଯାହାକୁ କୋର୍ଟ ସିଭିଲ ବିବାଦ କହି ଖାରଜ କରିଦେଇଛନ୍ତି । ଅବ୍ଦୁଲ ହାକିମ ନାମକ ଗ୍ରାହକଙ୍କ ବିରୋଧରେ ଏୟାରଟେଲ କମ୍ପାନୀ ଅପରାଧିକ ମାମଲା ରୁଜୁ କରିଥିଲା ।

ପ୍ରତୀକାତ୍ମକ ଫଟୋ

By

Published : Mar 13, 2019, 11:42 PM IST

ଥିରୁଅନନ୍ତପୁରମ: ଯଦି ଆପଣ କୌଣସି କାରଣ ବଶତଃ ମୋବାଇଲ ବିଲ ପୈଠ କରି ପାରୁନାହାନ୍ତି ତେବେ ଏହା ଅପରାଧିକ ମାମଲା ନୁହଁ । ଆପଣଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହେବ ନାହିଁ । ଏପରି କିଛି ରାୟ ପ୍ରକାଶ କରିଛନ୍ତି କେରଳ ହାଇକୋର୍ଟ । କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ ଗ୍ରାହକଙ୍କ ଦ୍ବାରା ମୋବାଇଲ ବିଲ ପୈଠ ନ କରିବା ଏକ ଅପରାଧ ନୁହେଁ ।

କେରଳ ହାଇକୋର୍ଟରେ ଜଣେ ଉପଭୋକ୍ତାଙ୍କ ବିରୋଧରେ ଟେଲିକମ କମ୍ପାନୀ ଅପରାଧିକ ମାମଲା ରୁଜୁ କରିଥିଲା । ଯାହାକୁ କୋର୍ଟ ସିଭିଲ ବିବାଦ କହି ଖାରଜ କରିଦେଇଛନ୍ତି । ଅବ୍ଦୁଲ ହାକିମ ନାମକ ଗ୍ରାହକଙ୍କ ବିରୋଧରେ ଏୟାରଟେଲ କମ୍ପାନୀ ଅପରାଧିକ ମାମଲା ରୁଜୁ କରିଥିଲା ।

କମ୍ପାନୀ କହିଛି ଯେ ଅବ୍ଦୁଲ ୨୦୦୬ ଜୁଲାଇ ୨୧ରୁ ୨୦୦୬ ନଭେମ୍ବର ୨୧ ଯାଏ କମ୍ପାନୀର ୯୭ ହଜାର ୬୩୮ ଟଙ୍କାର ୟୁଜର ଚାର୍ଚ୍ଚ ପୈଠ କରି ନଥିଲେ । ପରେ ଅବ୍ଦୁଲ ହାଇକୋର୍ଟରେ ଏହି ମାମଲାକୁ ରଦ୍ଦ କରିବା ପାଇଁ ଅପିଲ କରିଥିଲେ । କେରଳ ହାଇକୋର୍ଟରେ ତାଙ୍କ ତରଫରୁ ପକ୍ଷ ରଖାଯାଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ ୟୁଜର ଚାର୍ଚ୍ଚ ମାମଲା ଦୁଇ ପାର୍ଟି ମଧ୍ୟରେ ଏକ ଚୁକ୍ତି ହୋଇଥାଏ । ତେଣୁ ଏହି ଟ୍ରାନଜାକ୍ସନ ସଂପୂର୍ଣ୍ଣ ଭାବେ ଏକ ସିଭିଲ ପ୍ରକୃତିର । ବିଚାରପତି ଟିବି ଅନୀଳକୁମାର ଏହି ମାମଲାରେ ଶୁଣାଣି କରି କହିଛନ୍ତି ଯେ ଭାରତୀୟ ଦଣ୍ଡ ସଂହିତାର ଧାରା ୪୨୦ ଅନୁସାରେ ଏହା ଏକ ଅପରାଧୀକ କାମ ନୁହଁ ।

ABOUT THE AUTHOR

...view details