ଓଡିଶା

odisha

ETV Bharat / bharat

ଦେଶବାସୀଙ୍କ ଜୀବନ ପ୍ରତି ବିପଦ ଆସିଲେ କୋର୍ଟ ହସ୍ତକ୍ଷେପ କରିବ: ମୁଖ୍ୟ ବିଚାରପତି - corona fights back

ଭାରତର ମୁଖ୍ୟ ବିଚାରପତି ଏସଏ ବବୋଡେ ସୋମବାର କୋରୋନା ମହାମାରୀ ନିୟନ୍ତ୍ରଣ ଉପରେ ତଥ୍ୟ ଦେଇଛନ୍ତି । କାର୍ଯ୍ୟନିର୍ବାହୀ ଦ୍ବାରା ବିପର୍ଯ୍ୟୟ ଓ ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି ।

CJI
ମୁଖ୍ୟ ବିଚାରପତି

By

Published : Apr 28, 2020, 11:44 AM IST

ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି ଏସଏ ବବୋଡେ ସୋମବାର କୋରୋନା ମାହାମାରୀ ନିୟନ୍ତ୍ରଣ ଉପରେ ତଥ୍ୟ ଦେଇଛନ୍ତି । କାର୍ଯ୍ୟନିର୍ବାହୀ ଦ୍ବାରା ବିପର୍ଯ୍ୟୟ ଓ ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି ।

କୋରୋନା ଭାଇରସ ବିପଦକୁ ନ୍ୟାୟପାଳିକା କିପରି ମୁକାବିଲା କରୁଛି ସେ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ବିଚାରପତି । ସେ କହିଛନ୍ତି Men, Money, Material କୁ କିପରି ବ୍ୟବହାର କରାଯିବ ତାହା କାର୍ଯ୍ୟନିର୍ବାହୀ ନିଷ୍ପତ୍ତି ନେବ । ସେ କହିଛନ୍ତି, ସଙ୍କଟ ସମୟରେ ସରକାରଙ୍କ ତିନୋଟି ଅଙ୍ଗ - ସଂସଦ, କାର୍ଯ୍ୟନିର୍ବାହୀ ଏବଂ ନ୍ୟାୟପାଳିକା ସମନ୍ବୟ ରକ୍ଷା କରିବା ଉଚିତ। ଏହି ସଙ୍କଟକୁ ଦୂର କରିବା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ପିଟିସନର ଶୁଣାଣି କରି ସେ କହିଛନ୍ତି ।

ଲୋକଙ୍କ ଅଧିକାର ବଞ୍ଚାଇବାରେ ନ୍ୟାୟପାଳିକାର ଦୃଷ୍ଟିକୋଣରୁ ମୁଖ୍ୟ ବିଚାରପତି ବୋବଡେ କହିଛନ୍ତି, ଏହା ନିଃସନ୍ଦେହ ଯେ କାର୍ଯ୍ୟନିର୍ବାହୀ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରିବ ନାହିଁ ଏବଂ ଯେତେବେଳେ ଏହା ଘଟିବ, ନିଶ୍ଚିତ ଭାବରେ କୋର୍ଟ ଏଥିରେ ହସ୍ତକ୍ଷେପ କରିବେ।

ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ନ୍ୟାୟପାଳିକାର ଭୂମିକା ଉପରେ ଗୁରୁତ୍ବ ଦେଇ ସେ କହିଛନ୍ତି, ‘ଆମେ ସରକାରଙ୍କୁ ଆଶ୍ରୟ, ଖାଦ୍ୟ ଓ ପରାମର୍ଶ ଦେବା ପାଇଁ ନିର୍ଦ୍ଦେଶ ଦେଇଛୁ ’। କୋଭିଡ -19 ସଙ୍କଟ ସମୟରେ ସରକାରଙ୍କୁ ଆଙ୍ଗୁଳି ଉଠାଇଥିବା ଅଭିଯୋଗର ଜବାବରେ ମୁଖ୍ୟବିଚାରପତି କହିଛନ୍ତି ଯେ, ଆମେ କାର୍ଯ୍ୟନିର୍ବାହୀକୁ ଏଥିପାଇଁ ପ୍ରଶ୍ନ କରିଛୁ । କେଉଁ ପଦକ୍ଷେପ ଗ୍ରହଣ କରାଯାଉଛି ସେ ନେଇ ଆମେ ପଚାରି ବୁଝିଛୁ, ଖାସ୍ କରି ଶ୍ରମିକ ସମସ୍ୟା ବିଷୟରେ ।

ସେ କହିଛନ୍ତି, ସର୍ବୋଚ୍ଚ ଅଦାଲତର ବିଚାରପତିମାନେ ବିଶ୍ରାମ ନେଉନାହାଁନ୍ତି ବରଂ କାର୍ଯ୍ୟ କରୁଛନ୍ତି ଏବଂ ଏହାର ସମାଧାନ କରୁଛନ୍ତି। କ୍ୟାଲେଣ୍ଡର ଅନୁଯାୟୀ ଆମେ ବର୍ଷର 210 ଦିନ କାମ କରୁଛୁ ।

ABOUT THE AUTHOR

...view details