ଓଡିଶା

odisha

ଆଜି କୋରୋନାକୁ ନେଇ ଆନ୍ତର୍ଜାତୀୟ ସମ୍ମିଳନୀ କରିବ ICMR

By

Published : Jul 30, 2020, 1:36 PM IST

ଆଜି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) କୋରୋନା ମହାମାରୀ ବିରୋଧରେ ବିଜ୍ଞାନ ଏବଂ ନୈତିକତାର ନୋଭେଲ୍ ବିଚାର ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବ।

Breaking News

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) କୋରୋନା ମହାମାରୀ ବିରୋଧରେ ବିଜ୍ଞାନ ଏବଂ ନୈତିକତାର ନୋଭେଲ୍ ବିଚାର ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବ।

ଏହି ସମ୍ମିଳନୀରେ ବରିଷ୍ଠ ଡାକ୍ତରୀ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ସାମିଲ ହେବେ । ଗୁରୁବାର ଅପରାହ୍ନ 4:30 ରୁ 6:45 ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ ଇମ୍ପେକସସ ଡିଜିଜ୍ ନିର୍ଦ୍ଦେଶକ ଡ. ଆନ୍ଥୋନୀ ଏସ୍ ଫୌସି ‘ମହାମାରୀର ମୁକାବିଲା’ଉପରେ ଆଲୋଚନା କରିବେ ।

ପ୍ରଫେସର ଆଡ୍ରିଆନ୍ ହିଲ୍, ନିର୍ଦ୍ଦେଶକ, ଜେନେର୍ ଇନଷ୍ଟିଚ୍ୟୁଟ୍ ଆଣ୍ଡ ଅକ୍ସଫୋର୍ଡ ୟୁନିଭରସିଟିର ହ୍ୟୁମାନ ଜେନେଟିକ୍ସର ପ୍ରଫେସର ତଥା ପ୍ରଫେସର ୱାଲ୍ଟର ଓରେନଷ୍ଟାଇନ୍, ପ୍ରଫେସର ତଥା ଆସୋସିଏଟ ଡାଇରେକ୍ଟର, ଇମୋରୀ ଭ୍ୟାକ୍ସିନ୍ ସେଣ୍ଟର, ଇମୋରୀ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍, ନୋଭେଲ ବିଚାର ଉପରେ ଏହି ଆଲୋଚନା କରିବେ।

ABOUT THE AUTHOR

...view details