ଓଡିଶା

odisha

By

Published : Apr 5, 2020, 10:20 AM IST

ETV Bharat / bharat

କୋରୋନା ହଟସ୍ପଟ ଅଞ୍ଚଳରେ ରାପିଡ୍ ଆଣ୍ଟିବଡି ପରୀକ୍ଷା କରିବ ICMR

କୋରୋନା ହଟସ୍ପଟ୍ ଅଞ୍ଚଳରେ ଭାଇରସ ସଂକ୍ରମଣ ହେଉଛି କି ନାହିଁ ତାହା ଦେଖିବା ପାଇଁ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ନୂଆ ପ୍ରୋଟୋକଲର ଜାରି କରିଛନ୍ତି ।

ICMR sets new protocol
ରାପିଡ୍ ଆଣ୍ଟିବଡି ପରୀକ୍ଷା କରିବ ICMR

ନୂଆଦିଲ୍ଲୀ: କୋରୋନା ହଟସ୍ପଟ୍ ଅଞ୍ଚଳରେ ଭାଇରସ ସଂକ୍ରମଣ ହେଉଛି କି ନାହିଁ ତାହା ଦେଖିବା ପାଇଁ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ନୂଆ ପ୍ରୋଟୋକଲର ଜାରି କରିଛି । ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ନୂତନ ରାପିଡ୍ ଆଣ୍ଟିବଡି ରକ୍ତ ପରୀକ୍ଷା ପାଇଁ କୁହାଯାଇଛି ।

ଏହାସହ ଯେଉଁ ଅଞ୍ଚଳରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି କିମ୍ବା ଯେଉଁ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି , ସେ ସବୁ ଅଞ୍ଚଳ ପାଇଁ ମଧ୍ୟ ନୂଆ ନିୟମ ଜାରି କରାଯାଇଛି । ଯେଉଁ ଅଞ୍ଚଳ ଗୁଡିକ କୋରୋନା ହଟସ୍ପଟ ଚିହ୍ନଟ କରାଯାଇଛି, ସେ ସବୁ ସ୍ଥାନ ଗୁଡିକରେ ଆଣ୍ଟିବଡି ପରୀକ୍ଷା କରାଯିବ । ଯଦି ଏହି ପରୀକ୍ଷା ପରେ କୋଭିଡ-19 ସଂକ୍ରମିତ କେହି ନଜର ଆସନ୍ତି ତେବେ ତୁରନ୍ତ କ୍ବାରେଣ୍ଟାଇନର ସୁବିଧା କରାଯିବ । ଏହାସହ RT-PCR ନାମକ ଆଉ ଏକ ପରୀକ୍ଷା ମଧ୍ୟ କରାଯିବ ।

ଏହାସହ ରାପିଡ୍ ଆଣ୍ଟି ବଡି ପରୀକ୍ଷା କରୁଥିବା ସ୍ବାସ୍ଥ୍ୟକର୍ମୀ ମଧ୍ୟ ହାତରେ ଗ୍ଲୋଭ୍ସ, ମାସ୍କ ଓ ହେଡକଭର ପିନ୍ଧିବା ଆବଶ୍ୟକ । ଗଳା କିମ୍ବା ନାକର ସ୍ବାବ ସଂଗ୍ରହ କରୁଥିବା ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ ଜାତୀୟ ସଂକ୍ରମଣ ନିୟନ୍ତ୍ରଣ ନିର୍ଦ୍ଦେଶାବଳୀ ଅନୁସରଣ କରିବେ ।

ଆଇସିଏମଆର୍ ଜାରି କରିଥିବା ଆଡଭାଇଜରୀ ଅନୁସାରେ, କୌଣସି ଲୋକ ଶରୀରରେ ସାମାନ୍ୟ ଇନଫ୍ଲୁଏନଜା ଲକ୍ଷଣ ଦେଖାଦେଲେ 14 ଦିନ ହୋମ୍ କ୍ବାରେନଟାଇନରେ ରହିବେ ।

ABOUT THE AUTHOR

...view details