ନୂଆଦିଲ୍ଲୀ: ଦେଶରେ ବଢୁଛି କୋରୋନା ସଂକ୍ରମଣ । ପ୍ରତି 4 ଦିନରେ ଦୁଇ ଗୁଣିତ ହେଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଏପରି ସ୍ଥିତିରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଦଷ(ଆଇସିଏମଆର) କୋରୋନା ମୁକବାଲିକୁ ତ୍ବରାନ୍ବିତ କରିବାକୁ ପ୍ରୟାସ ଜାରି ରଖିଛି । କୋରୋନା ପରୀକ୍ଷାକୁ ବୃଦ୍ଧି କରିବାକୁ ଯାଇ ପ୍ରତି ଦିନ 1 ଲକ୍ଷ ଟେଷ୍ଟ କରିବାକୁ ଲକ୍ଷ ରଖିଛି। ଏହା ସହ ଅନ୍ୟାନ୍ୟ ଚିକିତ୍ସା ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
ବଢୁଛି କୋରୋନା ସଂକ୍ରମଣ; ପ୍ରତିଦିନ 1 ଲକ୍ଷ ଟେଷ୍ଟ କରିବାକୁ ICMRର ଲକ୍ଷ୍ୟ
ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ICMRର ବଡ ଘୋଷଣା । ଦେଶରେ କୋରୋନା ଟେଷ୍ଟ 1 ଲକ୍ଷକୁ ବୃଦ୍ଧି କରାଯିବ । ଅଧିକ ପଢନ୍ତୁ...
ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି 200ରୁ ଅଧିକ ରକାରୀ ଓ ବେସରକାରୀ ଚିକିତ୍ସାଳୟକୁ କୋରୋନା ଟେଷ୍ଚ ପାଇଁ ଅନୁମତି ଦିଆଯାଇଛି । ଏହା ସହ କେତେକ ମେଡିକାଲ କଲେଜ ସହ ମଧ୍ୟ ଯୋଗାଯୋଗ କରାଯିବ ସହ ସ୍ବାସ୍ଥ୍ୟ କର୍ମୀଙ୍କ ସଂଖ୍ୟା ବୃଦ୍ଧି କରାଯାଉଛି ।
ପରିଷଦ ପକ୍ଷରୁ କୁହାଯାଇଛି, ଆଇସିଏମଆର ସମସ୍ତ ସ୍ଥିତିକୁ ସାମ୍ନା କରିବାକୁ ଦେଶର ବିଭିନ୍ନ ସ୍ଥାନରେ କୋରୋନା ହସ୍ପିଟାଲ ନିର୍ମାଣ କରାଯାଉଛି । ଫଳରେ ଅଧିକରୁ ଅଧିକ ଟେଷ୍ଟ କରାଯାଇପାରିବ । ସୂଚନାଯୋଗ୍ୟ, ମାର୍ଚ୍ଚ 6ରେ ଆଇସିଏମଆର ଅପରାହ୍ନ 3ଟା.45 ମିନିଟ ସୁଦ୍ଧା 96 ହଜାର 264ଟି ରକ୍ତ ପରୀକ୍ଷା କରିଥିଲା । ଯେଉଁଥିରେ 3 ହଜାର 718ଟି କୋରୋନା ପଜିଟିଭ ମିଳିଛି ।