କୋଚି: ଦିନକୁ ଦିନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କୁ 14ଦିନ ଯାଏଁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ରହିଛି । ହେଲେ ଜଣେ ପ୍ରଶାସନିକ ଅଧିକାରୀ ଏହି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି । ସିଙ୍ଗାପୁରରୁ ଫେରି ଅଧିକାରୀ ଜଣଙ୍କ ବେଙ୍ଗାଲୁରୁ ଯାଇଥିବା ଅଭିଯୋଗ ହୋଇଛି ।
କେରଳର କୋଲାମ ଅଞ୍ଚଳର ଉପ-ଜିଲ୍ଲାପାଳ ଅନୁପମ ମିଶ୍ର ଗତ ମାର୍ଚ୍ଚ 19 ତାରିଖରେ ସିଙ୍ଗାପୁରରୁ ଫେରିଥିଲେ । ବିଦେଶୀ ପ୍ରତ୍ୟାବର୍ତ୍ତନକାରୀଙ୍କ ପ୍ରୋଟୋକଲ ଅନୁଯାୟୀ ଗୃହରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଅଧିକାରୀ ଜଣକ କ୍ବାରେଣ୍ଚାଇନ ନ ରହି ବେଙ୍ଗାଲୁରୁ ଗସ୍ତ କରିଥିଲେ ।
ସ୍ଥାନୀୟ ଜିଲ୍ଲାପାଳଙ୍କ ଅନୁଯାୟୀ, ଅଧିକାରୀ ଜଣକ ଉତ୍ତରପ୍ରଦେଶର ହୋଇଥିବାବେଳେ ବିବାହ ପରେ ମାଲେସିଆ ଓ ସିଙ୍ଗାପୁର ଛୁଟିରେ ଯାଇଥିଲେ । ସେଠାରୁ ଫେରିବା ପରେ ଆଇଏସ ଅଧିକାରୀଙ୍କୁ ସେଲ୍ଫ କ୍ବାରାଣ୍ଚାଇନରେ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା ।