ଓଡିଶା

odisha

ETV Bharat / bharat

୨୭ ବର୍ଷରେ ୫୨ ଥର ବଦଳି

ଅଶୋକ ଖେମକା ଏକ ପ୍ରକାର ରେକର୍ଡ କରିବା ଭଳି ସଂଖ୍ୟା ହାସଲ କରିଛନ୍ତି। ନିଜ ଚାକିରି ଜୀବନର 27ବର୍ଷ ମଧ୍ୟରେ ସେ ଚଳିତ ବଦଳିକୁ ମିଶାଇ ମୋଟ 52ଥର ବଦଳି ହୋଇଛନ୍ତି।

By

Published : Mar 4, 2019, 10:27 AM IST

ଡିଜାଇନ ଫଟୋ

ଚଣ୍ଡୀଗଡ: କର୍ମସ୍ଥଳୀ ପରିବର୍ତ୍ତନରେ ହରିୟାଣାରେ ବହୁ ଚର୍ଚ୍ଚିତ ପ୍ରଶାସନିକ ଅଧିକାରୀ ଅଶୋକ ଖେମକା ଏକ ପ୍ରକାର ରେକର୍ଡ କରିବା ଭଳି ସଂଖ୍ୟା ହାସଲ କରିଛନ୍ତି। ନିଜ ଚାକିରି ଜୀବନର 27ବର୍ଷ ମଧ୍ୟରେ ସେ ଚଳିତ ବଦଳିକୁ ମିଶାଇ ମୋଟ 52ଥର ବଦଳି ହୋଇଛନ୍ତି।

କ୍ୟାବିନେଟ ମନ୍ତ୍ରୀ ଅନିଲ ଭିଜଙ୍କ ଖେଳ ଏବଂ ଯୁବ କାର୍ଯ୍ୟକ୍ରମ ବିଭାଗରେ 15ମାସ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ ଅଶୋକଙ୍କୁ ନୂଆ ଦାୟିତ୍ବ ମିଳିଛି। ସେ ବର୍ତ୍ତମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ ସଚିବ ପଦ ଦାୟିତ୍ବ ଗ୍ରହଣ କରିଛନ୍ତି।

ଅଶୋକ ଜଣେ ସଚ୍ଚୋଟ ତଥା ନିର୍ଭୀକ ପ୍ରଶାସନିକ ଅଧିକାରୀ ଭାବରେ ସମଗ୍ର ରାଜ୍ୟର ଚର୍ଚ୍ଚିତ ଚେହେରା। 1991ବ୍ୟାଚ ଆଇଏଏସ ଅଧିକାରୀ ଅଶୋକ ଖେମକା ସେତେବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଚର୍ଚ୍ଚା ପରିସରକୁ ଆସିଥିଲେ ଯେତେବେଳ ରବର୍ଟ ଭଦ୍ରାଙ୍କ ସ୍କାଏଲାଇଟ୍‌ ହସ୍ପିଟାଲ ଓ ଡିଏଏଲଏଫର ଜାମିନ ଡିଲ୍‌କୁ ବାତିଲ କରିଥିଲେ। ଏହା ବ୍ୟତୀତ ରାଜ୍ୟରେ ରବିବାର ୯ ଅନ୍ୟ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି।

For All Latest Updates

ABOUT THE AUTHOR

...view details