ଶ୍ରୀନଗର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗତ ଫେବୃଆରୀ 27ରେ ସୃଷ୍ଟି ହୋଇଥିବା ତିକ୍ତତା ପରିଣାମ ବର୍ତ୍ତମାନସୁଦ୍ଧା ରହିଛି । ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ବାଲକୋଟ ନିକଟରେ ଗତ ଫେବୃଆରୀ 26 ତାରିଖରେ ଭାରତୀୟ ବାୟୁସେନା କରିଥିଲାଏୟାର ଷ୍ଟ୍ରାଇକ । ଆଉ ଏହାର ଦିନକ ପରେ ପାକିସ୍ତାନୀ ବାୟୁସେନାର ଏଫ-୧୬ ବିମାନ ଦ୍ୱାରା ନିକ୍ଷେପ ହୋଇଥିଲା କେତେକ ବୋମା । ସେଥିମଧ୍ୟରୁ3 ରୁ 4 ଟି ବୋମା ବର୍ତ୍ତମାନ ସୁଦ୍ଧାଅଫୁଟା ରହିଯାଇଥିବା ଜଣା ପଡିଛି ।
ପାକିସ୍ତାନର ଅଫୁଟା ବୋମା ନିଷ୍କ୍ରିୟ କରିବା ପାଇଁ ଅଣ୍ଟା ଭିଡିଲା ଭାରତ - unexploited bomb
ପାକିସ୍ତାନ ବାୟୁସେନାର ଏଫ-୧୬ ବିମାନ ଦ୍ୱାରା ନିକ୍ଷେପ ହୋଇଥିବା 3 ରୁ 4 ଟି ବୋମା ଅଫୁଟା ରହିଯାଇଥିବା ଜଣା ପଡିଛି । ଯାହାକୁ ନିଷ୍କ୍ରିୟ କରିବା ପାଇଁ ବାୟୁସେନା ଓ ସେନାର ଏକ ମିଳିତ ବୋମା ନିଷ୍କ୍ରିୟକାରୀ ଟିମ ଗଠନ କରାଯାଇଛି ।
ଫାଇଲ ଫଟୋ
ତେବେ ଅଫୁଟା ବୋମା ଗୁଡିକ ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖାର ମେନ୍ଦାର ସେକ୍ଟର ନିକଟରେ ପଡିରହିଛି । ଯାହାକୁ ନିଷ୍କ୍ରିୟ କରିବା ପାଇଁ ବାୟୁସେନା ଓ ସେନାର ଏକ ମିଳିତ ବୋମା ନିଷ୍କ୍ରିୟକାରୀ ଟିମ ଗଠନ କରାଯାଇଥିବା ସୂଚନା ମିଳିଛି ।
ସେପଟେ ଅଫୁଟା ବୋମା ନଷ୍ଟ କରିବାରେ ସେନାରପ୍ରୟାସ ଖୁବ୍ କଷ୍ଟକର ହୋଇପାରେ । କାରଣ ଭାରତୀୟ ସେନା ଏହି ଅଫୁଟା ବୋମା ନିକଟକୁ ଯିବା ମାତ୍ରେ ପାକିସ୍ତାନୀ ସେନା ସ୍ନାଇପରରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି ।