ଓଡିଶା

odisha

ETV Bharat / bharat

ଟଳିଲା ବଡ ଦୁର୍ଘଟଣା: ଜାଗୁଆର ବିମାନରେ ପକ୍ଷୀ ମାଡ ପରେ ଜରୁରୀ ଅବତରଣ

ଭାରତୀୟ ବାୟୁସେନାର ଏକ ଲଢୁଆ ଯୁଦ୍ଧ ବିମାନ 'ଜାଗୁଆର' ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି। ଉଡାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ବିମାନରେ ଏକ ପକ୍ଷୀ ଧକ୍କା ଖାଇଥିଲେ । ଏହାପରେ ବିମାନଟିକୁ ହରିୟାଣାର ଅମ୍ବାଲାସ୍ଥିତ ବାୟୁସେନା ଘାଟିରେ ସୁରକ୍ଷିତ ଭାବରେ ଅବତରଣ କରାଇଛନ୍ତି ପାଇଲଟ୍‌।

By

Published : Jun 27, 2019, 11:21 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ଅମ୍ବାଲା: ହରିଆଣାରେ ଅମ୍ବାଲାଠାରେ ଆଜି ମଙ୍ଗଳବାର ଭାରତୀୟ ବାୟୁସେନାର ଏକ ଲଢୁଆ ଯୁଦ୍ଧ ବିମାନ 'ଜାଗୁଆର' ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି । ଉଡାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ବିମାନରେ ଏକ ପକ୍ଷୀ ଧକ୍କା ଖାଇବା ଫଳରେ ବିମାନ ଇଞ୍ଜିନ ଆକାମୀ ହୋଇଯାଇଥିଲା । ସୌଭାଗ୍ୟକ୍ରମେ ବିମାନର ପାଇଲଟ ସୁରକ୍ଷିତ ରହିବା ସହ କୌଶଳ କରି ବିମାନକୁ ଜରୁରୀକାଳିନ ଅବତରଣ କରାଇବାରେ ସଫଳ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ, ଇଟିଭି ଭାରତ

ସୂଚନା ଅନୁସାରେ ବିମାନର ଇଞ୍ଜିନ ଆକାମୀ ହେବା ପରେ ପାଇଲଟ୍‌ ବିମାନରେ ଥିବା ଅତିରିକ୍ତ ଇନ୍ଧନ ଟ୍ୟାଙ୍କ ଓ ଟ୍ରେନିଙ୍ଗ୍‌ ବମ୍‌କୁ ତଳକୁ ଖସାଇଦେଇଥିଲେ । ଏହାପରେ ବିମାନଟିକୁ ଅମ୍ବାଲାସ୍ଥିତ ବାୟୁସେନା ଘାଟିରେ ସୁରକ୍ଷିତ ଭାବରେ ଅବତରଣ କରାଇଥିଲେ । ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଦୁର୍ଘଟଣାରୁ ଅଳ୍ପକରେ ବର୍ତ୍ତି ଯାଇଛି ବିମାନ ଓ ପାଇଲଟ୍‌ । ବିମାନରୁ ତଳକୁ ପକାଯାଇଥିବା ଇନ୍ଧନ ଟ୍ୟାଙ୍କ ଓ ଟ୍ରେନିଙ୍ଗ ବମ୍‌କୁ ଇଦ୍ଧାର କରାଯାଇଛି ।


ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ABOUT THE AUTHOR

...view details