ହାଇଦ୍ରାବଦ: ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗତକାଲି (ଶୁକ୍ରବାର) ମହାରାଷ୍ଟ୍ରରେ ମଦନ ଶର୍ମାଙ୍କୁ ଆକ୍ରମଣ କରାଯାଇଥିଲା । ଯାହାକୁ ନେଇ ହରଡ଼ଘଣାରେ ଉଦ୍ଧବ ଠାକେର ସରକାର ।
ଗୁରୁତର ଆହାତ ହୋଇଥିବା ମଦନ ଶର୍ମାଙ୍କ ସହ ରାଜନାଥ ସିଂ କଥା ହେବା ସହ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ଶିବସେନାର ଏପରି ଆକ୍ରମଣକୁ ନିନ୍ଦା କରିବା ସହ ଏହା ଦୁଃଖଦାୟକ ବୋଲି ଉଲ୍ଲେଖ କରିଛନ୍ତି ରାଜନାଥ ।