ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀ ପାଇଁ ମୁଁ ଫିଟ୍‌, ମୋଦି ଅନଫିଟ୍: ମାୟାବତୀ - top

ବିଏସ୍‌ପି ସୁପ୍ରିମୋ ମାୟାବତୀ ପ୍ରଧାନମନ୍ତ୍ରୀ ସିଟ୍‌ ପାଇଁ ସମ୍ପୂର୍ଣ୍ଣ ଫିଟ୍‌ ବୋଲି କହିଛନ୍ତି ।  ଯଦି ଦେଶର ପ୍ରଗତି, ଜନତାଙ୍କ ବିକାଶ କଥାକୁ ବିଚାରକୁ ନିଆଯାଏ ତେବେ ଦେଶର ଶୀର୍ଷ ଗାଦି ପାଇଁ ମୋଦି ନୁହେଁ ମାୟାବତୀ ଯୋଗ୍ୟ ବୋଲି କହିଛନ୍ତି ନିଜେ ମାୟାବତୀ ।

ଡିଜାଇନ ଫଟୋ

By

Published : May 17, 2019, 12:31 PM IST

Updated : May 17, 2019, 2:30 PM IST

ନୂଆଦିଲ୍ଲୀ: କିଏ ହେବ ଭାରତର ଆଗାମୀ ପ୍ରଧାନମନ୍ତ୍ରୀ ? ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଦେବ ମେ' 23 । ନିର୍ବାଚନ ମିଶାଣ, ଫେଡାଣର ଫଳାଫଳ ସରଳ ନା ଜଟିଳ ହେବ ସେ ନେଇ ନେଇ ଉତ୍ତର ସ୍ପଷ୍ଟ ହୋଇଯିବ । ମାତ୍ର ଏହା ପୂର୍ବରୁ ଅନେକ ହେଭିୱେଟ୍‌ ନେତା ନିଜ ନିଜ ସପକ୍ଷରେ ପିଏମ୍‌ ସିଟ୍‌ର ଉପଯୁକ୍ତ ପ୍ରାର୍ଥୀ ବୋଲି କହିଛନ୍ତି । ଏହି ସମୟରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ପ୍ରଧାନମନ୍ତ୍ରୀ ସିଟ୍‌ ସମ୍ପୂର୍ଣ୍ଣ ଫିଟ୍‌ ବୋଲି କହିଛନ୍ତି । ଯଦି ଦେଶର ପ୍ରଗତି, ଜନତାଙ୍କ ବିକାଶ କଥାକୁ ବିଚାରକୁ ନିଆଯାଏ ତେବେ ଦେଶର ଶୀର୍ଷ ପୋଷ୍ଟ ପାଇଁ ମୋଦି ନୁହେଁ ମାୟାବତୀ ଯୋଗ୍ୟ ବୋଲି କହିଛନ୍ତି ମାୟାବତୀ ।


ମାୟାବତୀ ଆହୁରି କହିଛନ୍ତି ଯେ ବିଏସ୍‌ପି ଅମଳରେ ଉତ୍ତର ପ୍ରଦେଶର ଚେହେରାକୁ ବିକାଶ ଜରିଆରେ ବଦଳେଇ ଦିଆଯାଇଥିଲା । ରାଜଧାନୀ ଲକ୍ଷ୍ନୌକୁ ସବୁଜ ସୁନ୍ଦର ସହରରେ ପରିଣତ କରାଯିବା ସହ ସୌନ୍ଦର୍ଯ୍ୟକରଣ କରି ଏକ ନୂଆ ରୂପ ପ୍ରଦାନ କରାଯାଇଛି । ଏହା ଉପରେ ଜନତାଙ୍କ ନଜର ରହିଛି । ଏସବୁ ଦେଖିବା ପରେ ଉତ୍ତର ପ୍ରଦେଶ ଜନତାଙ୍କ ସହ ଭାରତର ଜନସାଧାରଣ ମଧ୍ୟ ବିଏସ୍‌ପି ମୁଖିଆଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ।

ମାୟାବତୀ ନିଜ ବିବୃତିରେ କହିଛନ୍ତି ଯେ 4ଥର ମୁଖ୍ୟମନ୍ତ୍ରୀ ଭାବରେ ଶାସନ କରିବା ସମୟରେ ରାଜ୍ୟର ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ଅନେକ ଲୋକକଲ୍ୟାଣ କାମ କରିଛନ୍ତି । ଏବେ ବି ଜନତା ମାୟାବତୀଙ୍କୁ ଚାହୁଁଥିବା ସେ କହିଛନ୍ତି । ମାତ୍ର ଏକ ଲମ୍ବା ସମୟ ପାଇଁ ଗୁଜୁରାଟରେ ମୋଦି ମୁଖ୍ୟମନ୍ତ୍ରୀ ରହିଥିଲେ ମଧ୍ୟ ଗୁଜୁରାଟରେ ସାମ୍ପ୍ରଦାୟିକ ସଂଘର୍ଷ ଦେଖା ଦେଇଥିଲା । ମୋଦି ରାଜଧର୍ମ ପାଳନ କରି ପାରୁ ନଥିବାରୁ ସିଏମ୍‌ କିମ୍ବା ପିଏମ୍‌ଙ୍କ ପାଇଁ ସେ ସମ୍ପୂର୍ଣ୍ଣ ଅଯୋଗ୍ୟ ବୋଲି କହିଛନ୍ତି ।


ଏହା ସହ ମାୟାବତୀ ବିରୋଧୀଙ୍କ ତାଙ୍କ ଉପରେ 'ଦୌଲତ କି ବେଟି' ଆରୋପ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ମାୟାବତୀ କହିଛନ୍ତି ଯେ ଏହି ମନ୍ତବ୍ୟରେ ବିରୋଧୀଙ୍କ ଦଳିତଙ୍କ ପ୍ରତି ଅପମାନବୋଧ ପ୍ରତିଫଳିତ ହେଉଛି । ଏହାସହ ମୋଦିଙ୍କ ବିଏସପି(ବେହେନ ଜୀ କି ସିମ୍ପାଥି ପାର୍ଟି) ମନ୍ତବ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି । ସେ ବିଏସ୍‌ପି ପ୍ରତିଷ୍ଠାତା କାଂଶୀ ରାମ ଓ ସମ୍ବିଧାନ ପ୍ରଣେତା ଡା. ଭୀମ ରାଓ ଆମ୍ବେଦକରଙ୍କ ଅନୁଶାସନ ଓ ନୀତିରେ ପରିଚାଳିତ ଦଳ ବୋଲି କହିଛନ୍ତି ।


ସୂଚନାଯୋଗ୍ୟ, ନିର୍ବାଚନ ଫଳାଫଳ ପୂର୍ବରୁ ଅନେକ ଏକଜିଟ୍‌ ପୋଲ୍‌ ଚଳିତ ନିର୍ବାଚନରେ କୌଣସି ଜାତୀୟ ଦଳକୁ ସଂଖ୍ୟା ଗରିଷ୍ଠତା ନ ମିଳିବା ପୂର୍ବାନୁମାନ ଲଗାଇଛନ୍ତି । ଦେଶରେ ଏଥର ଆଞ୍ଚଳିକ ଦଳ ସମୂହର ଆଧିପତ୍ୟ ଦେଖିବାକୁ ମିଳିବ । ଏପରି ସ୍ଥଳରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ପିଏମ୍‌ ସିଟ୍‌ ପାଇଁ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି ।

Last Updated : May 17, 2019, 2:30 PM IST

For All Latest Updates

ABOUT THE AUTHOR

...view details