ଓଡିଶା

odisha

ETV Bharat / bharat

‘ନକ୍ସଲଙ୍କ ଦମନ କରିବି, ଭାଇଙ୍କ ମୃତ୍ୟୁର ପ୍ରତିଶୋଧ ନେବି’

ଛତିଶଗଡ ଆରଣପୁରରେ ନକ୍ସଲ ଆକ୍ରମଣରେ ଗତ ବର୍ଷ ପ୍ରାଣହରାଇଥିଲେ ସହକାରୀ କନେଷ୍ଟବଳ ରାକେଶ କୌଶଲ । ଏବେ ତାଙ୍କ ପୋଷ୍ଟରେ ଯୋଗ ଦେଇଛନ୍ତି ଭଉଣୀ କବିତା । ଆଜି ଭାଇଙ୍କ ବନ୍ଧୁକରେ ରାକ୍ଷୀ ବାନ୍ଧି କାର୍ଯ୍ୟରେ ଯୋଗ ଦେଇଛନ୍ତି କବିତା ।

By

Published : Aug 16, 2019, 3:22 AM IST

Updated : Aug 16, 2019, 4:15 PM IST

ଫଟୋ ସୌଜନ୍ୟ: ଟ୍ବିଟର@ANI


ନୂଆଦିଲ୍ଲୀ: 2018 ଅକ୍ଟୋବର ମାସ । ଛତିଶଗଡ ଆରଣପୁରରେ ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିଲେ କନେଷ୍ଟବଳ ରାକେଶ କୌଶଲଙ୍କ ସମେତ ଅନ୍ୟ 4 ସୁରକ୍ଷାକର୍ମୀଙ୍କ ଜୀବନ । ସେପଟେ ବୀର ପୁଅକୁ ହରାଇ ଭାଙ୍ଗି ପଡିଥିଲା ପୁରା ପରିବାର । ଭଉଣୀ କବିତାଙ୍କ ପାଟିରୁ ବାହରି ନଥିଲା କଥା ।

ହେଲେ ପରିବାର ପାଇଁ ସାହା ହେବାର ଧର୍ଯ୍ୟ ଏକାଠି କରିଥିଲେ ରାକେଶଙ୍କ ଭଉଣୀ କବିତା । ଭାଇଙ୍କ ଜାଗାରେ ଚାକିରୀ କରିବାର ମିଳିଥିଲା ସୁଯୋଗ । ଆଉ ଆଜି ସେ ଛତିଶଗଡ ପୋଲିସରେ କନେଷ୍ଟବଳ ଭାବେ ଯୋଗ ଦେଇଛନ୍ତି । ଆଜି କାମକୁ ଯିବା ପୂର୍ବରୁ ସେ ଭାଇଙ୍କ ବନ୍ଧୁକରେ ରାକ୍ଷୀ ବାନ୍ଧି ଶହୀଦ ରାକେଶଙ୍କ ଫଟୋ ପୂଜା କରି ଆରମ୍ଭ କରିଛନ୍ତି କାମ ।

ସେ ତାଙ୍କ ଭାଇଙ୍କ ବନ୍ଧୁକ ବ୍ୟବହାର କରିବା ପାଇଁ ଅନୁମତି ମାଗିଛନ୍ତି । ସେଇ ସମାନ ବନ୍ଧୁକ ବ୍ୟବହାର କରି ସେ ଭୀର ନକ୍ସଲଙ୍କ ଦମନ କରିବି । ମୋ ଭାଇଙ୍କ ମୃତ୍ୟୁର ପ୍ରତିଶୋଧ ନେବି ବୋଲି କହିଛନ୍ତି କବିତା । ଏହାସହ ଦାନ୍ତେଶ୍ବରୀ ଫାଇଟରସରେ ଯୋଗ ଦେବାକୁ ଚାହୁଁଛି ବୋଲି କହିଛନ୍ତି ସେ ।

Last Updated : Aug 16, 2019, 4:15 PM IST

ABOUT THE AUTHOR

...view details