ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ଓ ଜେଡିଏସର 16 ବିଧାୟକ ଇସ୍ତଫା ଦେଇ କ୍ଷମତାରେ ଥିବା ସରକାରକୁ ଏକ ପ୍ରକାର ଅସ୍ଥିର ପରିସ୍ଥିତିରେ ରଖିଛନ୍ତି । ଏଇ ମଧ୍ୟରେ ବର୍ତ୍ତମାନ ବିଧାୟକ ନିଜ ନିଷ୍ପତ୍ତିରେ ଅଟଳ ରହିବେ କି ଇସ୍ତଫା ପ୍ରତ୍ୟାହାର କରିବେ ଏନେଇ ଦ୍ବନ୍ଦରେ ଥିବା ଦେଖିବାକୁ ମିଳୁଛି ।
ଇସ୍ତଫା ପ୍ରତ୍ୟାହାର ନେଇ ଦ୍ବନ୍ଦରେ ବିଧାୟକ! - MTB Nagaraj
କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ତଥା ମେଣ୍ଡିଟ ସରକରାରେ ମନ୍ତ୍ରୀ ଥିବା ଡିକେ ଶିବକୁମାର ଆସି ଇସ୍ତଫା ଫେରାଇବାକୁ ଅନୁରୋଧ କରିଥିବା ବେଳେ କେ ସୁଧାକରଙ୍କ ସହ କଥା ହେବା ପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି ବିଦ୍ରେହୀ ବିଧାୟକ ଏମଟିବି ନାଗରାଜ କହିଛନ୍ତି। ସେପଟେ କଂଗ୍ରେସର ସମସ୍ତ ବିଦ୍ରୋହୀ ବିଧାୟକ ଶନିବାର ଶିରିଡି ଯାଇଛନ୍ତି ।
କଂଗ୍ରେସର ବିଦ୍ରେହୀ ବିଧାୟକ ଏମଟିବି ନାଗରାଜ ଦେଇଥିବା ପ୍ରତିକ୍ରିୟା ଏହି ଦ୍ବନ୍ଦକୁ ଆଉଟିକେ ବଢାଇ ଦେଇଛି । ପରିସ୍ଥିତି ଏମିତି ଥିଲା କି ବିଧାୟକ ଇସ୍ତଫା ଦେଇଥିଲେ ବୋଲି ନାଗରାଜ କହିଛନ୍ତି । ଏବେ ଡିକେ ଶିବକୁମାର ଆସି ଇସ୍ତଫା ଫେରାଇବାକୁ ଅନୁରୋଧ କରିଥିବା ବେଳେ କେ ସୁଧାକରଙ୍କ ସହ କଥା ହେବା ପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି ନାଗରାଜ କହିଛନ୍ତି । ସବୁପରେ ବି କଂଗ୍ରେସରେ ବହୁ ଦଶନ୍ଦି ବିତାଇଛନ୍ତି ବୋଲି ନାଗରାଜ ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପକ୍ଷରେ ଇସ୍ତଫା ଦେଇଥିବା କଂଗ୍ରେସର ସମସ୍ତ ବିଦ୍ରୋହୀ ବିଧାୟକ ଶନିବାର ଶିରିଡି ଯାଇଥିବା ନେଇ ସୂଚନା ମିଳିଛି।