ଓଡିଶା

odisha

ଝାଡଖଣ୍ଡ ସରକାର ଗଠନ; ଜାତୀୟ ନେତାଙ୍କୁ ନିମନ୍ତ୍ରଣ

By

Published : Dec 25, 2019, 8:05 PM IST

ଝାଡଖଣ୍ଡରେ ବିଜେପିକୁ ପରାଜିତ କରି କ୍ଷମତାକୁ ଫେରିବା ପରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଜେଏମଏମ ନେତୃତ୍ୱାଧିନ ମେଣ୍ଟ। ଦିଲ୍ଲୀ ଯାଇ ଜାତୀୟ ସ୍ତରର ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି ଜେଏମଏମର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟର ଭାବୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ।

PHOTO
ହେମନ୍ତ ସୋରେନ


ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ ଦେଇ ଜେଏମଏମ ନେତୃତାଧିନ ମେଣ୍ଟ ବିଜୟୀ ହୋଇଛି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ), କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେଇ ଗଠିତ ଏହି ମେଣ୍ଟର ନେତା ଭାବେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେବେ ।

ମଙ୍ଗଳବାର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ହେମନ୍ତ ସୋରେନ, ସରକାର ଗଠନ ପାଇଁ ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାବି କରିଛନ୍ତି । ବୁଧବାର ସେ ଦିଲ୍ଲୀ ଗସ୍ତ କରି ଅନେକ ଜାତୀୟସ୍ତରର ନେତାଙ୍କୁ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ଜେଏମଏମର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ।

ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ହେମନ୍ତ ସୋରେନ କହିଛନ୍ତି ଯେ, ସମସ୍ତ ସହଯୋଗୀ ନେତା, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରିଛି । ସୋନିଆ ଗାନ୍ଧୀ ପ୍ରତିଶ୍ରୃତି ଦେଇଛନ୍ତି ତାଙ୍କ, ତରଫରୁ ରାହୁଲ ଗାନ୍ଧୀ ଯୋଗଦେବେ ।

ABOUT THE AUTHOR

...view details