ଓଡିଶା

odisha

ETV Bharat / bharat

ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ମୁଁ ହକଦାର: ଟ୍ରମ୍ପ - ନୋବେଲ ଶାନ୍ତି ପୁରସ୍କାର

ନୋବେଲ ଶାନ୍ତି ପୁରସ୍କାର ନ ମିଳିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷୋଭ ପ୍ରକାଶ କରିବା ସହ ଚୟନ କମିଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ

By

Published : Sep 24, 2019, 3:06 PM IST

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ନ ମିଳିବାରୁ ସୋମବାର ନ୍ୟୁୟର୍କରେ ଅନୁଷ୍ଠିତ ମିଳିତ ଜାତିସଙ୍ଘରେ ସେ କ୍ଷୋଭ ପ୍ରକାଶ କରିଛନ୍ତି।

ଏହି ପୁରସ୍କାରର ଚୟନକୁ ନେଇ ମଧ୍ୟ ଟ୍ରମ୍ପ ପ୍ରଶ୍ନ ଉଠାଇଛନ୍ତି। ନିରପେକ୍ଷ ଭାବରେ ଯଦି ବିଚାର କରି ଏହି ପୁରସ୍କାର ପ୍ରଦାନ କରାଯାଇଥାନ୍ତା, ଅନେକ ପ୍ରସଙ୍ଗ ପାଇଁ ଟ୍ରମ୍ପ ଏହି ପୁରସ୍କାର ପାଇବାକୁ ହକଦାର ବୋଲି କହିଛନ୍ତି।

ସେପଟେ ବିଶ୍ବ ଶାନ୍ତି ପାଇଁ ପ୍ରୟାସ ଜାରି ରଖିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ୨୦୦୯ରେ ନୋବେଲ ପୁରସ୍କାର ମିଳିଥିଲା। ଏହାକୁ ନେଇ ମଧ୍ୟ ଟ୍ରମ୍ପ ପ୍ରଶ୍ନ କରିଥିଲେ। ଯଦି ଓବାମା ରାଷ୍ଟ୍ରପତି ହେବା ପରେ ପୁରସ୍କୃତ ହେଲେ, ତାହେଲେ ଏବେର ରାଷ୍ଟ୍ରପତିଙ୍କୁ ପୁରସ୍କୃତ କରିବାରେ ଅସୁବିଧା କେଉଁଠି ରହିଲା ବୋଲି କହିଛନ୍ତି ଟ୍ରମ୍ପ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details