ଓଡିଶା

odisha

ETV Bharat / bharat

ମୁଁ ରାଜନୀତିରୁ ଦୂରେଇ ରହିବା ନିଷ୍ପତ୍ତିରେ ଅଟଳ: ରଜନୀକାନ୍ତ

ସୁପରଷ୍ଟାର ରଜନୀକାନ୍ତ ରାଜନୀତିରୁ ଦୂରେଇ ରହିବା ନିଷ୍ପତ୍ତିକୁ ପସନ୍ଦ କରି ନାହାଁନ୍ତି ଫ୍ୟାନ୍ସ । ଏନେଇ ରବିବାର ଚେନ୍ନାଇରେ ପ୍ରଦର୍ଶନ କରିଥିଲେ ଓ ଥଲାଇଭାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଅନୁରୋଧ କରିଥିଲେ । ଅଧିକ ପଢନ୍ତୁ...

By

Published : Jan 11, 2021, 3:20 PM IST

ରଜନୀକାନ୍ତ
ରଜନୀକାନ୍ତ

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ରାଜନୀତିରୁ ଦୂରେଇ ରହିବା ନିଷ୍ପତ୍ତିକୁ ପସନ୍ଦ କରିନାହାଁନ୍ତି ଫ୍ୟାନ୍ସ । ଏନେଇ ରବିବାର ଚେନ୍ନାଇରେ ପ୍ରଦର୍ଶନ କରିଥିଲେ ଓ ଥଲାଇଭାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଅନୁରୋଧ କରିଥିଲେ । ତେବେ ଏହାକୁ ନେଇ ରଜନୀକାନ୍ତ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କୁ ଆଉ କଷ୍ଟ ନ ଦେବାକୁ ସେ ଅନୁରୋଧ କରିଛନ୍ତି ।

ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ଦ୍ବାରା ଗଠିତ ହୋଇଥିବା ଦଳ ‘ରଜନୀ ମକ୍କଲ ମନ୍ଦ୍ରମ୍’ ରବିବାର ଚେନ୍ନାଇରେ ପ୍ରତିବାଦ କରିଥିଲେ ଓ ଥଲାଇଭାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଅନୁରୋଧ କରିଥିଲେ । ଏହାକୁ ନେଇ ରଜନୀକାନ୍ତ କହିଥିଲେ , ପ୍ରଦର୍ଶନ କରିବା ଫଳରେ ତାଙ୍କୁ ଆଘାତ ଲାଗିଛି । ସେ ରାଜନୀତିକୁ ଆସିବେ ନାହିଁ ବୋଲି ସ୍ଥିର କରିଛନ୍ତି ଓ ଏହି ନିଷ୍ପତ୍ତିରେ ସେ ଅଟଳ ରହିବେ ବୋଲି କହିଛନ୍ତି ।

ଏହାଏହ ଭବିଷ୍ୟତରେ ଏପରି ପ୍ରତିବାଦ ନ କରିବାକୁ ସେ ଅନୁରୋଧ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ‘ରାଜନୀତିରେ ପ୍ରବେଶ ନ କରିବା ନିଷ୍ପତ୍ତିର ପୁଣି ବିଚାର କରିବାକୁ ମତେ ବାଧ୍ୟ କରନ୍ତୁ ନାହିଁ । ମୁଁ ମୋ ବିବୃତ୍ତିରେ ସ୍ପଷ୍ଟ ଭାବରେ କହିଛି କି ମୁଁ କାହିଁକି ରାଜନୀତିରେ ପ୍ରବେଶ କରିବାକୁ ଚାହେଁ ନାହିଁ ’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details