ଓଡିଶା

odisha

ETV Bharat / bharat

ହାଇଦ୍ରାବାଦରୁ ନକଲି ଏନଆଇଏ ଅଫିସର ଗିରଫ

ହାଇଦ୍ରାବାଦ ପୋଲିସ ଜଣେ ନକଲି ପୋଲିସ ଅଫିସରକୁ ଗିରଫ କରିଛି । ସେ ଜଣେ ପୂର୍ବତନ ସେନା ଅଧିକାରୀଙ୍କ ପୁଅ ବୋଲି ଜଣାପଡ଼ିଛି ।

By

Published : May 17, 2019, 4:48 PM IST

ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ହାଇଦ୍ରାବାଦ ପୋଲିସ ଜଣେ ନକଲି ଏନଆଇଏ ଅଫିସରଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଜାତୀୟ ସୁରକ୍ଷା ସଂସ୍ଥାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୋଲି ପରିଚୟ ଦେଉଥିବାବେଳେ ସେ ଜଣେ ପୂର୍ବତନ ସେନା ଅଧିକାରୀଙ୍କ ପୁଅ ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଜଣକ ହାଇଦ୍ରାବାଦର ଓ୍ବାଇଏସଆର ଚୁଡ୍ଡାପ୍ପା ଜିଲ୍ଲା ବାସିନ୍ଦା କର୍ଣ୍ଣାଟି ଗୁରୁ ବିନୋଦ କୁମାର ରେଡ୍ଡୀ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ, ଗିରଫ ବିନୋଦ କୁମାର ଜଣେ ପୋଲିସ ଅଫିସର ପରିଚୟ ଦେଇ ଅବସରପ୍ରାପ୍ତ ମେଜର ଜି. ଶ୍ରୀନିବାସ ରାଓଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ । ମାତ୍ର ବିନୋଦଙ୍କ ବ୍ୟବହାର ଉପରେ ଶ୍ରୀନିବାସଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଏପରିକି ତାଙ୍କର କିଛି ସାମଗ୍ରୀ ଚୋରି ହୋଇଥିବା ନେଇ ସେ ସ୍ଥାନୀୟ ସମୀରପେଟ ଥାନାରେ ଏତଲା ଦେଇଥିଲେ ।

ଏତଲା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ବିନୋଦଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ପୋଲିସ । ଗିରଫ ପରେ ପୋଲିସ ତାଙ୍କ ନିକଟରୁ ନକଲି ବନ୍ଧୁକ, ନକଲି ଆଇଡି କାର୍ଡ, ରବର ଷ୍ଟାମ୍ପ, ଏନଆଇଏ ଡାଏରୀ, ଆଇପ୍ୟାଡ଼, ଲ୍ୟାପଟପ, 4ଟି ବାଇନାକୁଲାର, ପ୍ରୋଜେକ୍ଟର ଏବଂ ମୋବାଇଲ ଫୋନ ଜବତ କରିଛି ।

ଏନେଇ ହାଇଦ୍ରାବାଦ ପୋଲିସ କମିଶନର କହିଛନ୍ତି ଅଞ୍ଜନୀ କୁମାର ବିନୋଦ 2016 ମସିହାରେ ଦେଇଥିଲା ସିଭିଲ ସର୍ଭିସରେ ବିଫଳ ହୋଇଥିଲେ । ମାତ୍ର ବିନୋଦ ନିଜ ପରିବାର ଓ ବନ୍ଧୁଙ୍କୁ ସଫଳତା ପାଇଥିବା ନେଇ ସୂଚନା ଦେଇଥିଲେ । ଏହାକୁ ସତ ପ୍ରମାଣିତ କରିବା ପାଇଁ ଏକ ନକଲି ଆଇଡି କାର୍ଡ ପ୍ରସ୍ତୁତ କରିଥିଲେ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ସେ ଗିରଫ ହୋଇଥିବା ନେଇ ସୂଚନା ଦେଇଥିଲେ ।

ABOUT THE AUTHOR

...view details