ହାଇଦ୍ରାବାଦ: ଯୁବପିଢିଙ୍କ ମଧ୍ୟରେ ଏବେ ବେଶୀ କ୍ରେଜ ହେଉଛି ସିଗାରେଟ । ଟେନସନ ଥାଉ କି ନଥାଉ ହେଲେ ଫ୍ୟାସନ ପାଇଁ ବି ସିଗାରେଟ ଧରିବାକୁ ପଛାଉନାହାଁନ୍ତି ଯୁବପିଢି । ତେବେ ଏହାରି ମଧ୍ୟରେ ହାଇଦ୍ରାବାଦ ସିଟି ପୋଲିସ ଏକ ନିଆରା ପଦକ୍ଷେପ ଆପଣେଇଛି । ସହରକୁ ସ୍ମୋକ ଫ୍ରି ବା ଧୂଆଁ ମୁକ୍ତ କରିବାକୁ ଏକ କର୍ମଶାଳା ଆୟୋଜନ କରିଛି । ଯଦ୍ବାରା ଚଳିତ ବର୍ଷ ଅକ୍ଟୋବର 2 ସୁଦ୍ଧା ସହରକୁ ସମ୍ପୂର୍ଣ୍ଣ ରୂପେ ଧୂଆଁମୁକ୍ତ କରିବାକୁ ଯୋଜନା କରାଯାଇଛି ।
ସୋମବାର ଏହି କର୍ମଶାଳାରୁ ଆରମ୍ଭ କରାଯାଇଛି ଏକ ଅଭିଯାନ । ଏହି ଅଭିଯାନରେ ସଚେତନତା ବାର୍ତ୍ତା ଦିଆଯିବା ସହ ଅକ୍ଟୋବର 2 ସୁଦ୍ଧା ସମଗ୍ର ସହରକୁ ଧୂଆଁମୁକ୍ତ କରିବାକୁ ଯୋଜନା କରାଯାଇଛି । ପୋଲିସ କମିଶନର ଅଞ୍ଜନି କୁମାର କହିଛନ୍ତି ଏହି ଅଭିଯାନର ଗତିକୁ ଗୁରୁତର ସହ ନିଆଯାଇ ପାଳନ କରାଯିବ । ପ୍ରତ୍ୟେକଟି ବ୍ୟକ୍ତି ଏଥିପାଇଁ ସଚେତନ ହେବା ଦରକାର ।