ଓଡିଶା

odisha

By

Published : Dec 5, 2019, 2:33 PM IST

ETV Bharat / bharat

ତୃତୀୟ ଦିନରେ ସ୍ବାତୀ ମାଲିୱାଲଙ୍କ ଆମରଣ ଅନଶନ

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କ ଆମରଣ ଅନଶନ ଆଜି ତୃତୀୟ ଦିନରେ ପହଞ୍ଚିଛି ।

ସ୍ବାତୀ ମାଲିୱାଲଙ୍କ ଅମରଣ ଅନଶନ
ସ୍ବାତୀ ମାଲିୱାଲଙ୍କ ଅମରଣ ଅନଶନ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କ ଆମରଣ ଅନଶନ ଆଜି ତୃତୀୟ ଦିନରେ ପହଞ୍ଚିଛି । ସମାଧି ସ୍ଥଳରେ ଆମରଣ ଅନଶନରେ ବସିଛନ୍ତି ଡିସିଡବ୍ଲୁର ପ୍ରମୁଖ ସ୍ବାତୀ ମାଲିୱାଲ । ହାଇଦ୍ରାବାଦରେ ଡାକ୍ତରାଣୀଙ୍କ ଦୁଷ୍କର୍ମ ଘଟଣାକୁ ବିରୋଧ କରି ସେ ଆମରଣ ଅନଶନରେ ବସିଛନ୍ତି ।


ସ୍ବାତୀଙ୍କର ଦାବି ହେଲା ହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କୁ ଯେପର୍ଯ୍ୟନ୍ତ 6 ମାସ ମଧ୍ୟରେ ଯଦି ଫାଶୀ ଦଣ୍ଡାଦେଶ ଦିଆନଯାଏ ସେପର୍ଯ୍ୟନ୍ତ ସେ ଅନଶନରୁ ହଟିବେ ନାହିଁ । ଏହାସହ ମାଲିୱାଲା ସମସ୍ତ ମହିଳା ସାଂସଦଙ୍କୁ ମହିଳା ସୁରକ୍ଷା ନିମନ୍ତେ ସଂସଦରେ ମୁଦ୍ଦା ଉଠାଇବାକୁ ଅନୁରୋଧ କରିଛନ୍ତି । ସୂଚନା ଥାଉକି ମାଲୱିଲା ମଙ୍ଗଳବାରଠାରୁ ଜନ୍ତର-ମନ୍ତରରେ ଆମରଣ ଅନଶନ ଆରମ୍ଭ କରିଥିଲେ । ପରେ ସେ ଆଉ ତାଙ୍କ ସମର୍ଥକ ମିଶି ସମାଧିସ୍ଥଳକୁ ସ୍ଥାନାନ୍ତର ହୋଇଛନ୍ତି ।

ABOUT THE AUTHOR

...view details