ଓଡିଶା

odisha

ହାଇଦ୍ରାବାଦ ଏନକାଉଣ୍ଟର; ଆଜି ସୁପ୍ରିମକୋର୍ଟରେ ଶୁଣାଣି

By

Published : Dec 11, 2019, 10:26 AM IST

ଦେଶରେ ହଇଚଇ ସୃଷ୍ଟି କରିଥିବା ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଲେଙ୍ଗାନା ପୋଲିସ ସମ୍ପୃକ୍ତ 4 ଅଭିଯୁକ୍ତଙ୍କୁ ଘଟଣାସ୍ଥଳରେ ସିନ ରି-କ୍ରିଏସନ ପାଇଁ ନେଇଥିବା ବେଳେ ଏନକାଉଣ୍ଟର କରିଥିଲା । ବୁଧବାର ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ କରାଯିବ ।

ହାଇଦ୍ରାବାଦ ଏନକାଉଣ୍ଟର; ଆଜି ସୁପ୍ରିମକୋର୍ଟରେ ଶୁଣାଣି
ହାଇଦ୍ରାବାଦ ଏନକାଉଣ୍ଟର; ଆଜି ସୁପ୍ରିମକୋର୍ଟରେ ଶୁଣାଣି

ହାଇଦ୍ରାବାଦ: ଦେଶରେ ହଇଚଇ ସୃଷ୍ଟି କରିଥିବା ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଲେଙ୍ଗାନା ପୋଲିସ ସମ୍ପୃକ୍ତ 4 ଅଭିଯୁକ୍ତଙ୍କୁ ଘଟଣାସ୍ଥଳରେ ସିନ ରି-କ୍ରିଏସନ ପାଇଁ ନେଇଥିବା ବେଳେ ଏନକାଉଣ୍ଟର କରିଥିଲା । ତେବେ ସେଠାରେ 4 ଅଭିଯୁକ୍ତଙ୍କ ମୃତ୍ୟୁ ଘଟିବା ପରେ ଦେଶରେ ବିଭିନ୍ନ ସ୍ଥାନରେ ଖୁସିର ମାହୋଲ ବି ଦେଖିବାକୁ ମିଳିଥିଲା । ମାତ୍ର ଅନେକ କ୍ଷେତ୍ରରେ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ବି ଉଠାଯାଇଥିଲା ।

ଅନ୍ୟପଟେ ବୁଧବାର ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ କରାଯିବ । ପ୍ରଧାନ ବିଚାରପତି ଏସ,ଏ ବୋବଡେ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଖଣ୍ଡପୀଠରେ ଥିବା ଜଷ୍ଟିସ ଜି.ଏସ ମଣି ମାମଲାର ତ୍ବରିତ ଶୁଣାଣି କରିବା ସହ ଏନକାଉଣ୍ଟରରେ ସାମିଲ ଥିବା ପୋଲିସଙ୍କ ବିରୁଦ୍ଧରେ ସ୍ବତନ୍ତ୍ର ଯାଞ୍ଚ ପାଇଁ ଦାବି କରିଛନ୍ତି ।

ଅନ୍ୟଜଣେ ଅଧିବକ୍ତା ମନୋହର ଲାଲ ଶର୍ମା ଏକ ଯାଚିକା ଦାୟର କରିଛନ୍ତି । ସେ ବି ସମ୍ପୃକ୍ତ ପୋଲିସଙ୍କ ବିରୁଦ୍ଧରେ କଡାଯାଞ୍ଚ ପାଇଁ ଯାଚିକାରେ ଦାବି କରିଛନ୍ତି ।

ଏହି ଘଟଣାର ତେଲେଙ୍ଗାନା ହାଇକୋର୍ଟ ମଧ୍ୟ 4 ଅଭିଯୁକ୍ତଙ୍କ ମୃତଦେହ 13 ତାରିଖ ଯାଏଁ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ତେଲେଙ୍ଗାନା ହାଇକୋର୍ଟ ଡିସେମ୍ବର 12 ଅର୍ଥାତ ଗୁରୁବାର ଶୁଣାଣି କରିବେ । ସେପଟେ ତେଲେଙ୍ଗାନା ସରକାର ଘଟଣାର ତଦନ୍ତ ପାଇଁ ମଧ୍ୟ ଏସଆଇଟି ଗଠନ କରିଛନ୍ତି ।

ABOUT THE AUTHOR

...view details