ଓଡିଶା

odisha

ETV Bharat / bharat

ହାଇଦ୍ରାବାଦ ଦୁଷ୍କର୍ମ ମାମଲା: ଏନକାଉଣ୍ଟରକୁ ନେଇ ଉଠିଲା ପ୍ରଶ୍ନ

ହାଇଦ୍ରାବାଦର ପ୍ରାଣୀ ଚିକିତ୍ସକ 'ଦିଶା'ଙ୍କ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡର 4 ଅଭିଯୁକ୍ତଙ୍କ ଏନକାଉଣ୍ଟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଏହି ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେତେକ ବରିଷ୍ଠ ରାଜନେତା।

hyderabad-case-encounter
ଫାଇଲ ଫଟୋ

By

Published : Dec 6, 2019, 1:18 PM IST

ନୂଆଦିଲ୍ଲୀ: ହାଇଦ୍ରାବାଦର ମହିଳା ଚିକିତ୍ସକ 'ଦିଶା'ଙ୍କ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡରେ ଜଡିତ 4 ଅଭିଯୁକ୍ତଙ୍କ ଏନକାଉଣ୍ଟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ସାଧାରଣରେ ଏଥିପାଇଁ ହାଇଦ୍ରାବାଦ ପୋଲିସର ପ୍ରଶଂସା କରାଯାଉଥିବା ବେଳେ, କିଛି ଲୋକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ଏନକାଉଣ୍ଟରର ତଦନ୍ତ ଦାବି କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଦ୍ଦେଶ ଅନୁସାରେ, ସମସ୍ତ ଏନକାଉଣ୍ଟରର ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେହିପରି ବିଜେପି ସାଂସଦ ମେନକା ଗାନ୍ଧୀ ମଧ୍ୟ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, 'ଯାହା ବି ହେଲା ତାହା ଦେଶ ପାଇଁ ଅତ୍ୟନ୍ତ ଭୟାବହ ଥିଲା । କିନ୍ତୁ ଆଇନକୁ ହାତରେ ନେଇ ଏଭଳି କରିବା ଅନୁଚିତ । ଅଭିଯୁକ୍ତଙ୍କୁ ଆଇନ ପ୍ରଣାଳୀ ଅନୁଯାୟୀ ଦଣ୍ଡ ଦେବା ଉଚିତ ଥିଲା। '

ସେପଟେ ସିପିଏମ ନେତା ସୀତାରାମ ୟେଚୁରୀ ଏହାକୁ ଅଣ-ନ୍ୟାୟିକ ହତ୍ୟା ବୋଲି କହିଛନ୍ତି । ସେ କହିଛନ୍ତି, 'ମହିଳାଙ୍କ ପ୍ରତି ଆମ ଚିନ୍ତାର ଜବାବ ଅଣନ୍ୟାୟିକ ହତ୍ୟା ନୁହେଁ । ପ୍ରତିଶୋଧ କେବେ ବି ନ୍ୟାୟ ହୋଇପାରିବ ନାହିଁ।'

ଏହା ବ୍ୟତୀତ କଂଗ୍ରେସ ନେତା ଶଶି ଥରୁର ଟ୍ବିଟ କରି କହିଛନ୍ତି, 'ନ୍ୟାୟିକ ବ୍ୟବସ୍ଥାକୁ ଅଣଦେଖା କରି ହୋଇଥିବା ଏନକାଉଣ୍ଟରକୁ ସ୍ବୀକାର କରାଯିବ ନାହିଁ । ଏନକାଉଣ୍ଟର ସମ୍ବନ୍ଧରେ ଆମକୁ ଆହୁରି ଜାଣିବାର ଆବଶ୍ୟକତା ରହିଛି। ଯଦି ଅଭିଯୁକ୍ତଙ୍କ ପାଖରେ ଅସ୍ତ୍ର ଥିଲା ତାହେଲେ ପୋଲିସ ନିଜ କାର୍ଯ୍ୟାନୁଷ୍ଠାନକୁ ଠିକ ବୋଲି ଦର୍ଶାଇପାରିବ। ସମ୍ପୂର୍ଣ୍ଣ ସତ୍ୟତା ସାମ୍ନାକୁ ନଆସିବା ପର୍ଯ୍ୟନ୍ତ ଆମେ କାହାକୁ ନିନ୍ଦା କରିପାରିବା ନାହିଁ।'

ABOUT THE AUTHOR

...view details