ହାଇଦ୍ରାବାଦ: ଦେଶରେ କୋରୋନାର କାୟା ଯୋଗୁଁ ସବୁ ଆଡେ ଗମ୍ଭୀର ସ୍ଥିତି । ଏଥିରୁ ବର୍ତ୍ତିବା ପାଇଁ ସରକାର ଲକ ଡାଉନ ଜାରି କରିଛନ୍ତି । ତେବେ ତେଲେଙ୍ଗାନାରେ ଏହି ଲକ ଡାଉନ ଆଗାମୀ 15 ଦିନ ପାଇଁ ବୃଦ୍ଧି ହୋଇଛି । ଏହି ସମୟରେ ହାଇଦ୍ରାବାଦରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନୀମାନେ ଚଢା ଦରରେ ବିକୁଛନ୍ତି ଜିନିଷ ।
ଲକ ଡାଉନ ପ୍ରଭାବ: ତେଲେଙ୍ଗାନରେ ଚଢାଦରରେ ଜିନିଷ ବିକୁଛନ୍ତି ଦୋକାନୀ
ତେଲେଙ୍ଗାନରେ ଚଢାଦରରେ ଜିନିଷ ବିକୁଛନ୍ତି ଦୋକାନୀ । ଜିନିଷ କମ ଥିବା ଦର ବଢାଇବା ପାଇଁ ବାଧ୍ୟ ହେଉଛନ୍ତି ଏମାନେ । ଅଧିକ ପଢନ୍ତୁ...
ଲକ ଡାଉନ ପ୍ରଭାବ
ଦୋକାନୀଙ୍କ କହିବା ଅନୁସାରେ, "ଆମର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଅଭାବ ରହିଛି। ଏହି କାରଣରୁ କିଛି ଦୋକାନୀ ଅଧିକ ମୂଲ୍ୟରେ ଜିନିଷ ବିକ୍ରି କରୁଛନ୍ତି। ଗ୍ରାହକମାନେ ମଧ୍ୟ ଅଭିଯୋଗ କରୁଛନ୍ତି"। କିନ୍ତୁ ଆମ ପାଇଁ କୌଣସି ଅନ୍ୟ ଉପାୟ ନାହିଁ ।
@ANI