ରାୟପୁର:ଦେଢ ବର୍ଷର ଶିଶୁ ସହ ପତି-ପତ୍ନୀଙ୍କ ମୃତଦେହ ଉଦ୍ଧାର । ଝୁଲନ୍ତା ଅବସ୍ଥାରେ ସେମାନଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଛତିଶଗଡ କୋରବା ଜିଲ୍ଲାର ଦୀପକା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଥିବା ବେଳେ ପତି-ପତ୍ନୀ ଝଗଡା କରିବା ପରେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଆଶଙ୍କା କରୁଛି ।
ସୂଚନା ମୁତାବକ, ଦୀପକା କ୍ଷେତ୍ରର ପୁନର୍ବାସ ଗ୍ରାମର ଅଶୋକ ରାତ୍ରେ ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବରେ କାର୍ଯ୍ୟରତ ଥିଲେ । ସେ 4 ବର୍ଷ ପୂର୍ବେ ବଲୌଦାର ରାଗିନୀଙ୍କୁ ବିବାହ କରିଥିଲେ । ତେବେ ଉଭୟ ଦମ୍ପତ୍ତିଙ୍କ ମଧ୍ୟ ପ୍ରତିଦିନ କୌଣସି ନା କୌଣସି କଥାକୁ ନେଇ ଝଗଡା ହେଉଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।