ଓଡିଶା

odisha

ETV Bharat / bharat

ସରକାରଙ୍କ ଆନ୍ତଃ ଜିଲ୍ଲା ଯାତ୍ରା ଅନୁମତି ପରେ ବେଙ୍ଗାଲୁରୁ ଡିପୋରେ ଶହ ଶହ ପ୍ରବାସୀ - କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମ ବସ୍ ଡିପୋ

କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମ ବସ୍ ଡିପୋରେ ଶନିବାର ଦିନ ମଜୁରିଆ, ଛାତ୍ର ଓ ବୃତ୍ତିଗତଙ୍କ ସମେତ ଶହ ଶହ ଲୋକ ଏକତ୍ରିତ ହୋଇଛନ୍ତି

Hundreds Gather at Bengaluru Depot
ବେଙ୍ଗାଲୁରୁ ଡିପୋରେ ଶହ ଶହ ପ୍ରବାସୀ

By

Published : May 3, 2020, 2:41 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମ ବସ୍ ଡିପୋରେ ଶନିବାର ଦିନ ମଜୁରିଆ, ଛାତ୍ର ଓ ବୃତ୍ତିଗତଙ୍କ ସମେତ ଶହ ଶହ ଲୋକ ଏକତ୍ରିତ ହୋଇଛନ୍ତି । ଆନ୍ତଃ ଜିଲ୍ଲା ପରିବହନ ପାଇଁ ସରକାରଙ୍କ ଘୋଷଣା ପରେ ଲୋକମାନେ ଡିପୋକୁ ବହୁ ସଂଖ୍ୟାରେ ଆସି ଜମା ହୋଇଥିଲେ ।

ଏହାର ସୁଯୋଗ ନେଇ ବସ୍ ମାଲିକମାନେ ଅଧିକ ଭଡା ନେଇଥିଲେ । ରାଜ୍ୟର ଉତ୍ତର ଜିଲ୍ଲା ଯିବା ପାଇଁ ଜଣ ପିଛା 1000ରୁ ଅଧିକ ଭଡା ନେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନଙ୍କଠାରୁ କେବଳ ଏକକ ଭଡା ସଂଗ୍ରହ କରାଯାଉ।

ପ୍ରଥମେ କୁହାଯାଇଥିଲା ଯେ, ବସରେ ପ୍ରବାସୀ ଶ୍ରମିକଙ୍କୁ ପରିବହନ କରାଯିବ ଓ ସରକାର ଏହାର ଖର୍ଚ୍ଚ ବହନ କରିବେ। କିଛି ଛାତ୍ର ମଧ୍ୟ ଟିକେଟ ପାଇଁ ଡିପୋରେ ପହଞ୍ଚିଥିଲେ । ଅନ୍ୟପକ୍ଷେ ଯାତ୍ରୀମାନଙ୍କୁ ବସରେ ଯିବାକୁ ଅନୁମତି ଦିଆଯିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ ଓ ଅନ୍ୟ ଜିଲ୍ଲାକୁ ଯାଉଥିବା ବ୍ୟକ୍ତି ଅନୁଷ୍ଠାନିକ କ୍ବାରେଣ୍ଟାଇନରେ ରହିବା ଆବଶ୍ୟକ ବୋଲି ସରକାର କହିଛନ୍ତି।

ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ସୁରେଶ କୁମାର କହିଛନ୍ତି, ପ୍ରଥମେ ଗୋଟିଏ ବସରେ 30ଜଣ ଯାଇଥାନ୍ତେ ଓ ସେମାନେ ନିଜ ନିଜ ଭିତରେ ଗାଡି ଭଡା ଦେଇଥାନ୍ତେ ମାତ୍ର ବର୍ତ୍ତମାନ ସମସ୍ତଙ୍କ ଏକକ ଭଡା ଦେବାକୁ ପଡିବ ଓ ବାକି ଖର୍ଚ୍ଚ ଶ୍ରମ ବିଭାଗ ବହନ କରିବ ।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବେଙ୍ଗାଲୁରୁ ସହରରେ ପ୍ରାୟ 5,344 ପ୍ରବାସୀ ଶ୍ରମିକ ଅଛନ୍ତି। ଯେଉଁମାନେ ରାଜ୍ୟ ବାହାରକୁ ଯିବାକୁ ଚାହୁଁଛନ୍ତି କିମ୍ବା ରାଜ୍ୟ ଭିତରକୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସରକାର ଏହି ପ୍ରକ୍ରିୟାକୁ ସରଳ କରିବାକୁ ଚେଷ୍ଟା କରୁଛନ୍ତି।

ABOUT THE AUTHOR

...view details