ଓଡିଶା

odisha

ETV Bharat / bharat

ଜାତୀୟ ସଙ୍ଗୀତ ଗାଇ ମୋଦିଙ୍କୁ ସ୍ବାଗତ କରିବେ ଅଦ୍ଭୁଦ ବାଳକ, ଭାଙ୍ଗିସାରିଛି 132 ହାଡ

ଆମେରିକାର ହୋଷ୍ଟନ ସହରରେ ଆୟୋଜିତ ହେବାକୁ  ଥିବା କାର୍ଯ୍ୟକ୍ରମ ‘ହାଓଡ଼ି ମୋଦି’ରେ ଜାତୀୟ ସଙ୍ଗୀତ ଗାଇବେ 16 ବର୍ଷୀୟ ଭାରତୀୟ ନାବାଳକ ସ୍ପର୍ଶ ଶାହ ।

ଫାଇଲ ଫଟୋ

By

Published : Sep 22, 2019, 6:46 PM IST

ହାଇଦ୍ରାବାଦ: ଆଉ କେଇ ଘଣ୍ଟା ମଧ୍ୟରେ ଆମେରିକାର ହୋଷ୍ଟନ ସହରରେ ଆୟୋଜିତ ହେବାକୁ ଯାଉଛି ‘ହାଓଡ଼ି ମୋଦି’ । ସାରା ବିଶ୍ବର ନଜର ଏବେ ଏହି କାର୍ଯ୍ୟକ୍ରମ ଉପରେ ରହିଥିବା ବେଳେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଜଣେ 16 ବର୍ଷୀୟ ଭାରତୀୟ ନାବାଳକ ସ୍ପର୍ଶ ଶାହ ଜାତୀୟ ସଙ୍ଗୀତ ଗାଇ କରିବେ ।

ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସ୍ପର୍ଶ ବେଶ୍ ଉତ୍ସାହିତ ଥିବାବେଳେ ସେଠାରେ ଉପସ୍ଥିତ ଥିବା 50 ହଜାର ଲୋକଙ୍କ ସାମ୍ନାରେ ରାଷ୍ଟ୍ରୀୟ ସଂଙ୍ଗୀତ ଗାଇବାକୁ ସେ ବହୁତ ଉତ୍ସାହିତ ଅଛନ୍ତି ବୋଲି ସେ କହିଛନ୍ତି ।


ଏଥିସହ ସେ କହିଛନ୍ତି ସେ ପ୍ରଥମେ ମେଡିସନ ସ୍କୋୟାର ଗାର୍ଡେନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିଥିଲେ । ସେବେଠାରୁ ହିଁ ସେ ତାଙ୍କୁ ଭେଟିବା ପାଇଁ ଇଚ୍ଛା କରିଥିଲେ । ତେବେ ଆସନ୍ତୁ ଜାଣିବା ଏହି 16 ବର୍ଷୀୟ ନାବାଳକ ସ୍ପର୍ଶ ଶାହଙ୍କ ସମ୍ପର୍କରେ ...


ବୟସ ମାତ୍ର 16 ବର୍ଷ । ଶରୀରରେ 100ରୁ ଉର୍ଦ୍ଧ୍ବ ହାଡ ଭଙ୍ଗା । ଆଖିରେ ଆଖିଏ ସ୍ବପ୍ନ । ଆମେରିକାର ନ୍ୟୁଜର୍ସୀରେ ରହୁଥିବା ସ୍ପର୍ଶ ଜନ୍ମରୁ ଓଷ୍ଟିୟୋଜେନେସିସ୍ ରୋଗରେ ପିଡିତ । ଯେଉଁ ରୋଗରେ ହାଲ୍କା ଯନ୍ତ୍ରଣାରେ ମଧ୍ୟ ହାଡ ଭାଙ୍ଗି ଯାଇଥାଏ ।

ତେବେ ସ୍ପର୍ଶଙ୍କ ଶରୀରରେ ମୋଟ 130ରୁ ଅଧିକ ହାଡ ଭାଙ୍ଗି ଯାଇଛି । ଯାହାଫଳରେ ସେ ଚାଲି ମଧ୍ୟ ପାରନ୍ତିନି । ଡାକ୍ତରଙ୍କ କହିବା ଅନୁଯାୟୀ ସ୍ପର୍ଶ ଯେବେ ତାଙ୍କ ମାଙ୍କ ଗର୍ଭରେ ଥିଲେ ସେହି ସମୟରୁ ହିଁ ତାଙ୍କ ଶରୀରର 35ଟି ହାଡ ଭାଙ୍ଗିଯାଇଥିଲା ।

ଏତେ କଷ୍ଟ ଯନ୍ତ୍ରଣା ପରେ ମଧ୍ୟ ସ୍ପର୍ଶ ଭବିଷ୍ୟତରେ ଜଣେ ପ୍ରସିଦ୍ଧ ସଂଙ୍ଗୀତଜ୍ଞ ହେବାକୁ ଇଚ୍ଛା ରଖିଥିବା ବେଳେ କୋଟି କୋଟି ଲୋକଙ୍କ ସାମ୍ନାରେ ସଂଗୀତ ପରିବେଷଣ କରିବାକୁ ଇଚ୍ଛା ରଖିଛନ୍ତି । ତେବେ ସ୍ପର୍ଶ ଯେ କେବଳ ଭଲ ଗୀତ ଗାଆନ୍ତି ତାହା ନୁହେଁ ସେ ଜଣେ ଭଲ ମୋଟିଭେସନାଲ ସ୍ପିକର ମଧ୍ୟ ଅଟନ୍ତି । 2018ରେ ରିଲଜ ହୋଇଥିବା ‘ ବ୍ରିଟଲ ବୋନ ର୍ୟାପର’ ନାମକ ଡକ୍ୟୁମେଣ୍ଟ୍ରି ସ୍ପର୍ଶଙ୍କ ଜାବନ କାହାଣୀ ଉପରେ ଆଧାରିତ ।

For All Latest Updates

TAGGED:

ABOUT THE AUTHOR

...view details