ଓଡିଶା

odisha

ETV Bharat / bharat

ISRO ସାଟେଲାଇଟ ଦେଲା ଫନି ଖବର, ରକ୍ଷା ପାଇଲା ଜୀବନ

ପ୍ରାୟ ଏକ ସପ୍ତାହ ପୂର୍ବରୁ ଦକ୍ଷିଣ ଭାରତ ସମୁଦ୍ରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିଝଡ ବାବଦରେ ସତର୍କ କରିଥିଲା ଇସ୍ରୋ । ପ୍ରକୃତିର ଏହି କୋପରୁ ଅନେକ କ୍ଷୟକ୍ଷତି ହୋଇଥିଲା ସତ । ମାତ୍ର ରକ୍ଷା କରାଯାଇ ପାରିଥିଲା ଅନେକ ଜୀବନ ।

By

Published : May 5, 2019, 3:01 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ୱିଟର

ଚେନ୍ନାଇ: ଫନି ଆସିଲା, ନିମିଷକରେ ସବୁ ଧ୍ବଂସ୍ତବିଧ୍ବସ୍ତ କଲା । ଶ୍ରୀହୀନ ହୋଇଗଲା ପୁରୀ ସହର । ଆଉ ବିପର୍ଯ୍ୟସ୍ତ ହେଲା ଟ୍ବିନସିଟିର ସୋନ୍ଦର୍ଯ୍ୟ । ପ୍ରକୃତିର ଏହି କରାଳ ରୂପକୁ ଅଙ୍ଗେ ଲିଭେଇଲେ ଓଡିଶାବାସୀ । ପ୍ରାକୃତିକ ବିପର୍ଯ୍ୟୟ ଉପରେ କାହାର ଜୋର ନଥିଲେ ବି ବିଜ୍ଞାନର ପୂର୍ବ ସୂଚନାରୁ ଅନେକ ସଚେତନ କରାଯାଇପାରୁଛି ।

ପ୍ରାୟ ଏକ ସପ୍ତାହ ପୂର୍ବରୁ ଦକ୍ଷିଣ ଭାରତ ସମୁଦ୍ରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିଝଡ ବାବଦରେ ସତର୍କ କରିଥିଲା ଇସ୍ରୋ । ପ୍ରକୃତିର ଏହି କୋପରୁ ଅନେକ କ୍ଷୟକ୍ଷତି ହୋଇଥିଲା ସତ । ମାତ୍ର ରକ୍ଷା କରାଯାଇ ପାରିଥିଲା ଅନେକ ଜୀବନ ।

ଇସ୍ରୋ ପକ୍ଷରୁ ପ୍ରେରଣ କରାଯାଇଥିବା 5ଟି ଭାରତୀୟ ସାଟେଲାଇଟ ଏହା ଉପରେ ତୀକ୍ଷ୍ଣ ନଜର ରଖିଥିଲା । ଏହି ସାଟେଲାଇଟ ପ୍ରତି 15 ମିନିଟରେ ଗ୍ରାଉଣ୍ଡ ଷ୍ଟେସନକୁ ଡାଟା ପ୍ରେରଣ କରୁଥିଲା । ଏହି ଡାଟା ମାଧ୍ୟମରେ ଫନିକୁ ଟ୍ରାକ କରିବା,ଏହାର ଗତିପଥ ଉପରେ ନଜର ରଖିବା ସହ ଲ୍ୟାଣ୍ଡଫଲର ସଠିକ ପୂର୍ବାନୁମାନ କରାଯାଇପାରିଥିଲା ।

ଫଳରେ ଅନେକ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିଛି ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । Insat-3D, Insat-3DR, Scatsat-1, Oceansat-2, ମେଘା-ଟ୍ରାପିକ୍ସ ଭଳି 5ଟି ସାଟେଲାଇଟକୁ ପ୍ରେରଣ କରାଯାଇଥିଲା ।

ତେବେ ଓଡିଶା ଉପରେ ରଚିଥିବା ଫନିର ତାଣ୍ଡବ 43ବର୍ଷ ମଧ୍ୟରେ ଓଡିଶାର ସବୁଠୁ ବଡ ପ୍ରଳୟଙ୍କରୀ ବାତ୍ୟା ଥିଲା । ଯାହା 150ବର୍ଷ ମଧ୍ୟରେ ହୋଇଥିବା 3ଟି ଶକ୍ତିଶାଳୀ ଘୂର୍ଣ୍ଣିଝଡ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି ।

ABOUT THE AUTHOR

...view details