ଓଡିଶା

odisha

ETV Bharat / bharat

କୋରୋନା ଲଢେଇରେ ରୋଲ ମଡେଲ ଧାରାବୀ, 60ରୁ 20% ଖସିଲା ସଂକ୍ରମଣ ହାର

ମହାମାରୀ କୋରୋନା ମୁକାବିଲା ନେଇ ଧାରାବୀ ମଡେଲ ଏବେ ଚର୍ଚ୍ଚାରେ । କେବଳ କୋରୋନା ଭାଇରସ ସହ ଲଢିବା ପାଇଁ ସଂଗ୍ରାମ ନୁହେଁ ବରଂ ହାରି ଯାଇଥିବା ବାଜି ଜିତିବା ଶିଖେଇଛି ଧାରାବୀ । ଅଧିକ ପଢନ୍ତୁ..

By

Published : Jun 15, 2020, 9:15 PM IST

dharavi became roll model fight against corona
କୋରୋନା ଲଢେଇରେ ରୋଲ୍ ମଡେଲ ଧାରାବୀ

ମୁମ୍ବାଇ: ଏସିଆର ସବୁଠାରୁ ବଡ ଜନବସ୍ତି ଧାରାବୀରେ ଧିରେ ଧିରେ କୋରୋନା ସ୍ଥିତି ସୁଧୁରୁଛି । ତେବେ କିପରି କୋରୋନ ମୁକାବିଲାରେ ଧାରାବୀ ମଡେଲ ସଫଳ ହେଲା, ତାହା ଏବେ ଚର୍ଚ୍ଚାରେ । କେବଳ କୋରୋନା ଭାଇରସ ସହ ଲଢିବା ପାଇଁ ସଂଗ୍ରାମ ନୁହେଁ ବରଂ ହାରି ଯାଇଥିବା ବାଜି ଜିତିବା ଶିଖେଇଛି ଧାରାବୀ । କୋରୋନା ହଟସ୍ପଟରେ ପରିଣତ ହୋଇଥିବା ଧାରାବୀ ବର୍ତ୍ତମାନ ଭୂତାଣୁର ଗତିକୁ ମନ୍ଥର କରିବାରେ ସଫଳ ହୋଇଛି ।

ଅଧିକାରୀମାନେ ଏଠାରେ ଏପ୍ରିଲରୁ ଅଭିଯାନ ଆରମ୍ଭ କରିଥିଲେ। ସେ 47 ହଜାର 500 ରୁ ଅଧିକ ଘରେ ତାପମାତ୍ରା ଓ ଅମ୍ଳଜାନ ସ୍ତର ଯାଞ୍ଚ କରିଥିଲେ। 7 ଲକ୍ଷ ଲୋକଙ୍କୁ ସ୍କ୍ରିନ କରାଯାଇଥିଲା ଓ କୋରୋନାର ଲକ୍ଷଣ ଚିହ୍ନଟ କରାଯାଇଥିଲା । ଏହାପରେ କୋରୋନା ଲକ୍ଷଣ ଜାଣିବା ପରେ ଲୋକଙ୍କୁ ନିକଟ ବିଦ୍ୟାଳୟ କିମ୍ବା ଖେଳ କ୍ଲବର କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଇଥିଲା । ମେ ମାସ ଆରମ୍ଭରୁ ଏଠାରେ ଏକ ତୃତୀୟାଂଶ ସଂକ୍ରମଣର ଦୈନିକ ହ୍ରାସ ଏଠାରେ ଦେଖାଯାଏ । ଏଥିସହ ଅଧାରୁ ଅଧିକ ରୋଗୀ ମାରାତ୍ମକ କୋରୋନାରେ ସୁସ୍ଥ ହୋଇଛନ୍ତି ।

ମୁମ୍ବାଇ ମୁନିସିପାଲଟି କର୍ପୋରେସନର ସହକାରୀ କମିଶନର କିରଣ ଦିବାକର ଧାରାବୀରେ କୋରୋନା ଲଢେଇରେ ନେତା ଭାବରେ ଉଭା ହୋଇଥିଲେ। ସେ କହିଥିଲେ, ‘ଧାରାବୀରେ ସାମାଜିକ ଦୂରତା ଅନୁସରଣ କରିବା ଅସମ୍ଭବ ଥିଲା । ମୋ ପାଖରେ କେବଳ ଭାଇରସକୁ ପିଛା କରିବାର ବିକଳ୍ପ ଥିଲା । ଆମେ ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକଙ୍କୁ ଅଲଗା କରିବା ଆରମ୍ଭ କରିଥିଲୁ । ଦିବାକର ଓ ତାଙ୍କ ଦଳ ସ୍କ୍ରିନିଂ, ପରୀକ୍ଷା ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କର ଲକ୍ଷ୍ୟ ଥିଲା ମୃତ୍ୟୁହାରକୁ ସୀମିତ କରିବା ।

ଏହି ରଣନୀତି କାରଣରୁ ମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଥିଲା ଓ ସୁସ୍ଥ ହାର ବୃଦ୍ଧି ପାଇଥିଲା । ଧାରାବୀର ପ୍ରାୟ 51 ପ୍ରତିଶତ କୋରୋନା ପଜିଟିଭ ରୋଗୀ ସୁସ୍ଥ ହୋଇଛନ୍ତି । ସଂକ୍ରମଣର ନୂଆ ମାମଲା ମେ ମାସ ଆରମ୍ଭରେ 60 ରୁ ବର୍ତ୍ତମାନ 20 ପ୍ରତିଶତକୁ ହ୍ରାସ ପାଇଛି ।

ABOUT THE AUTHOR

...view details