ଓଡିଶା

odisha

By

Published : Feb 23, 2019, 2:20 PM IST

ETV Bharat / bharat

ନିଆଁରେ ପୋଡି ହୋଇ 7 ଜୀବନ୍ତ ଦଗ୍ଧ

ନିଆଁରେ ପୋଡି 7 ଜୀବନ୍ତ ଦଗ୍ଧ । ଗୋଟିଏ ପରିବାରର 7ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିହାର ଗୋପାଳଗଞ୍ଜ ଜିଲ୍ଲାର ବରଖା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ପ୍ରତୀକାତ୍ମକ ଫଟୋ

ପାଟଣା: ନିଆଁରେ ପୋଡି 7 ଜୀବନ୍ତ ଦଗ୍ଧ । ଗୋଟିଏ ପରିବାରର 7ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିହାର ଗୋପାଳଗଞ୍ଜ ଜିଲ୍ଲାର ବରଖା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାମୁତାବକ, ଶୁକ୍ରବାର ରାତିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ତେବେ ରାତି ହୋଇଥିବାରୁ କେହି ନିଆଁ ଲାଗିଥିବା ଜାଣି ପାରିନଥିଲେ । ପରିଣାମସ୍ବରୂପ ଶୋଇଥିବା ଅବସ୍ଥାରେ ବକରୀଦିନଙ୍କ ପରିବାରର 8 ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇ ପଡ଼ିଥିଲେ ।

ଦମକଳ ବାହିନୀ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ 7ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ବକରିଦିନ ଶାହା, ତାଙ୍କ ପତ୍ନୀ ହୁସନତାରା ଓ ଅନ୍ୟ 5 ଜଣ ରହିଛନ୍ତି । ଜଣେ ଗୁରୁତର ଭାବରେ ଏବେ ବି ଚିକିତ୍ସାଧୀନ ରହିଛନ୍ତି ।

ABOUT THE AUTHOR

...view details