ଓଡିଶା

odisha

By

Published : Jan 26, 2021, 10:02 PM IST

ETV Bharat / bharat

ସାଧାରଣତନ୍ତ୍ର ଦିବସ ସଂନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଭବ୍ୟ ଭୋଜି

ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ‘ହାଉସ ରିସେପସନ’ ଆୟୋଜନ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ରିପବ୍ଲିକ୍ ଡେ’ରେ ରାଷ୍ଟ୍ରପତି ଭବନରେ ଏହି ଭୋଜିର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ......

ସାଧାରଣତନ୍ତ୍ର ଦିବସ ସଂନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଭବ୍ୟ ଭୋଜି , ଯୋଗଦେଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ
ସାଧାରଣତନ୍ତ୍ର ଦିବସ ସଂନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଭବ୍ୟ ଭୋଜି , ଯୋଗଦେଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ‘ହାଉସ ରିସେପସନ’ ଆୟୋଜନ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ରିପବ୍ଲିକ୍ ଡେ’ରେ ରାଷ୍ଟ୍ରପତି ଭବନରେ ଏହି ଭୋଜିର ଆୟୋଜନ କରାଯାଇଛି । ଏଥିରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ସାଧାରଣତନ୍ତ୍ର ଦିବସ ସଂନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଭବ୍ୟ ଭୋଜି , ଯୋଗଦେଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ

ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ସିଡିଏସ ବିପିନ ରାଓ୍ବତଙ୍କ ସହ 3 ସେନା ମୁଖ୍ୟ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ପ୍ରତିରକ୍ଷା ଅଧିକାରୀ ମୁଖ୍ୟ ଜେନରାଲ ବିପିନ ରାୱତ, ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ, ନୌସେନା ମୁଖ୍ୟ ଆଡମିରାଲ କରାମବୀର ସିଂ ଏବଂ ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଆର.କେ.ଭଦୋରିଆ ମଧ୍ୟ ଏହି ଭବ୍ୟ ଭୋଜିରେ ଅଂଶ ଗ୍ରହଣ କରିଥିବା ଜଣା ପଡିଛି ।

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ

ଗଣତାନ୍ତ୍ରିକ ପରମ୍ପରା ଅନୁଯାୟୀ ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଏହି ଭୋଜି ଆୟୋଜନ ପରମ୍ପରା ରହି ଆସିଛି । ତେବେ ଉକ୍ତ ପରମ୍ପରା ଅନୁଯାୟୀ ଆଜି ମଧ୍ୟ ରାଷ୍ଟ୍ରପତି ଭବନରେ ଭୋଜିର ଆୟୋଜନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଏହି ଭୋଜିରେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।

ଯୋଗଦେଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ 3 ସେନା ମୁଖ୍ୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details