ଓଡିଶା

odisha

ବିଲ ପୈଠ ନ କରିବାରୁ ବୃଦ୍ଧଙ୍କ ହାତଗୋଡ ବାନ୍ଧିବା ଘଟଣା: ଜବାବ ରଖିଲେ ମୁଖ୍ୟମନ୍ତ୍ରୀ

By

Published : Jun 7, 2020, 4:12 PM IST

ମଧ୍ୟପ୍ରଦେଶରେ ମେଡିକାଲ ବିଲ ଭରି ନ ପାରିବାରୁ ଜଣେ ବୃଦ୍ଧଙ୍କୁ ମେଡିକାଲ ଶଯ୍ୟାରେ ହାତଗୋଡ ବନ୍ଧା ହେବା ଘଟଣାରେ ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଦୋଷୀଙ୍କୁ ନିସ୍ତାର ନାହିଁ । ଅଧିକ ପଢନ୍ତୁ..

ବିଲ ପୈଠ ନ କରିବାରୁ ବୃଦ୍ଧଙ୍କ ହାତଗୋଡ ବାନ୍ଧିରେ ମେଡିକାଲ କର୍ମୀ
ବିଲ ପୈଠ ନ କରିବାରୁ ବୃଦ୍ଧଙ୍କ ହାତଗୋଡ ବାନ୍ଧିରେ ମେଡିକାଲ କର୍ମୀ

ଭୋପାଳ: କୋରୋନା ସଙ୍କଟ ସମୟରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଦିନରାତି ସେବାରେ ନିୟୋଜିତ ଅଛନ୍ତି । ଏପରି ସମୟରେ ମଧ୍ୟପ୍ରଦେଶର ଶାଜାପୁରରେ ଜଣେ ରୋଗୀଙ୍କୁ ଡାକ୍ତରଖାନାର ଶଯ୍ୟାରେ ବାନ୍ଧି ଦିଆଯାଇଥିବା ଦେଖିବାକୁ ମିଳିଛି ।

ବୃଦ୍ଧଙ୍କ ହାତଗୋଡ ବାନ୍ଧି ବା ଘଟଣାରେ ଜବାବ ରଖିଲେ ସିଏମ

ସୂଚନା ମୁତାବକ, ମଧ୍ୟପ୍ରଦେଶ ଶାଜାପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ବୃଦ୍ଧ ହସ୍ପିଟାଲର ବିଲ ପୈଠ କରିବାରେ ବିଫଳ ହେବା ପରେ ତାଙ୍କୁ ଖଟରେ ବାନ୍ଧି ଦିଆଯାଇଥିଲା। ତେବେ ଡାକ୍ତରଖାନା କର୍ମଚାରୀମାନେ ଏପରି ଅମାନବୀୟ କାମ କରିଥିବା ସୂଚନା ମିଳିଛି । ଏହି ଖବର ପାଇବା ମାତ୍ରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ।

ସିଏମ ଟ୍ୱିଟରରେ କହିଛନ୍ତି ଯେ, ଶାଜାପୁରର ଏକ ଡାକ୍ତରଖାନାରେ ଜଣେ ବରିଷ୍ଠ ନାଗରିକଙ୍କ ପ୍ରତି ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି । ଏପରି କାମ ପାଇଁ ଅପରାଧୀଙ୍କୁ ତ୍ରାହି ନାହିଁ, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୀଡିତଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ବୃଦ୍ଧ ବ୍ୟକ୍ତିଙ୍କୁ ବନ୍ଧକ ରଖାଯାଇଛି ଏବଂ ଘଟଣାର 3 ରୁ 4 ଦିନ ପୂର୍ବରୁ ତାଙ୍କୁ ଉପଯୁକ୍ତ ଖାଦ୍ୟ ଦିଆଯାଇ ନାହିଁ । ଘଟଣାରେ ଡାକ୍ତରଖାନା ପ୍ରଶାସନ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଭିଡିଓ ଟ୍ୱିଟ କରି ଲେଖିଛନ୍ତି ଯେ, ରାଜ୍ୟର ଶାଜାପୁରର ଏକ ଡାକ୍ତରଖାନାରେ ଜଣେ ବୃଦ୍ଧଙ୍କ ପ୍ରତି ଏପରି ଅମାନୁଷିକ ବ୍ୟବହାର ଅତି ନିନ୍ଦନୀୟ। ଡାକ୍ତରଖାନାର ବିଲ ପୈଠ ନକରିବାରୁ ତାଙ୍କ ହାତ ଓ ଗୋଡ ବେଡରେ ବାନ୍ଧି ଦେଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି ।

ମଧ୍ୟପ୍ରଦେଶରେ ବୃଦ୍ଧଙ୍କ ଗୋ଼ ବାନ୍ଧି ରଖିବା ଘଟଣାରେ ଟ୍ବିଟ କଲେ କମଲ ନାଥ

କମଲ ନାଥ ଆହୁରି ଲେଖିଛନ୍ତି, ଏହି କୋରୋନା ମହାମାରୀରେ ରାଜ୍ୟର ଅନେକ ଘରୋଇ ଡାକ୍ତରଖାନାରେ ଅମାନୁଷିକ ଆଚରଣ, ଲୁଟ ଏବଂ ନିର୍ଯ୍ୟାତନା ଜାରି ରହିଛି । ଜନସାଧାରଣଙ୍କ କଥା ଶୁଣିବାକୁ କେହି ନାହାଁନ୍ତି । ଏହି ଘଟଣାରେ ସରକାର କଠୋର ପଦକ୍ଷେପ ନେବା ଉଚିତ, ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।

For All Latest Updates

ABOUT THE AUTHOR

...view details