ନୂଆଦିଲ୍ଲୀ: ଥମୁନି ଭାରତ-ଚୀନ ସୀମା ବିବାଦ । ଦୀର୍ଘ 6 ମାସରୁ ଉର୍ଦ୍ଧ୍ବ ସମୟ ଅପ୍ରୀତିକର ପରିସ୍ଥିତି ବଳବତ୍ତର ରହିଛି । ଏହା ଭିତରେ ସେନା ମୁଖ୍ୟ ଜେନେରାଲ ଏମ ନରୱଣେ ଭାରତ ଓ ଚୀନ ସହ କୁଟନୈତିକ ସ୍ତରରେ ଆଲୋଚନା କରି ସମାଧାନ କଥା କହିଛନ୍ତି । ଏହା ପରେ ବି ଚୀନ ପଟୁ ଭାରତ ସହ କୌଣସି ଯୁଦ୍ଧ ପରିସ୍ଥିତି ବା ଆକ୍ରମଣ ହୋଇପାରେ ବୋଲି ନରୱଣେ ଆଶଙ୍କା କରିଛନ୍ତି । ଚୀନ୍ର ବରିଷ୍ଠ କମାଣ୍ଡୋମାନେ ପୂର୍ବ ଲଦାଖରେ ଉତ୍ତେଜନା ବୃଦ୍ଧି ପାଇଁ ଲୁହା ରଡରେ ଆକ୍ରମଣ କରିବା ପାଇଁ ଆଲୋଚନା କରୁଛନ୍ତି ବୋଲି ସୂଚନା ମିଳିଛି ।
ଏହାପରେ ବି ସେ କହିଛନ୍ତି ଯେ ଆମେ ଏକ ଚୁକ୍ତିନାମାରେ ପହଞ୍ଚିବା ପାଇଁ ଆଶାବାଦୀ । ଯାହା ପାରସ୍ପରିକ ଗ୍ରହଣୀୟ ଏବଂ ଅତ୍ୟଧିକ ନୀତିଗତ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକୃତରେ ଲାଭଦାୟକ ଅଟେ । ସେନା ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ପୂର୍ବ ଲଦାଖରେ ସ୍ଥିତି ଏବେ ସ୍ଥିର ରହିଛି । ପ୍ରତିରକ୍ଷା ଏବଂ ସାମରିକ ପ୍ରସଙ୍ଗ ଉପରେ ଏକ ପୋର୍ଟାଲ Bharatshakti.in ଦ୍ବାରା ଆୟୋଜିତ ଏକ କନକ୍ଲେଭରେ ଜେନେରାଲ ନରୱଣେ ଏହା କହିଛନ୍ତି । ଅଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ନିୟୋଜିତ ଭାରତୀୟ ସୌନ୍ୟଙ୍କୁ ସମସ୍ତ ପୋଷାକ ଏବଂ ଅସ୍ତ୍ରଶସ୍ତ୍ର ଦିଆଯାଇଛି ।