ବେଜିଂ: ବାତ୍ୟା ଫନିରେ ବ୍ୟାପକ କ୍ଷୟକ୍ଷତି ସହିଥିବା ଓଡିଶାକୁ ସହାୟତା ଯୋଗାଇବେ ହଂକଂ ସରକାର । ସରକାର 9 ଲକ୍ଷ ଡଲାର ଅର୍ଥ ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏହି ରାଶି ଦ୍ବାରା ପ୍ରାୟ 45,100 ପ୍ରପୀଡିତ ଉପକୃତ ହେବେ ବୋଲି ଜଣାପଡିଛି ।
ଫନି ପ୍ରଭାବିତ ଓଡିଶାକୁ ହଂକଂ ସରକାର ଦେବେ 9 ଲକ୍ଷ ଡଲାର ସହାୟତା - help
ଫନି ପ୍ରଭାବିତ ଓଡିଶାକୁ ହଂକଂ ସରକାର ଦେବେ 9 ଲକ୍ଷ ଡଲାର ଅର୍ଥ ରାଶି ସହାୟତା । 45,100 ବାତ୍ୟା ପ୍ରପିଡୀତ ଉପକୃତ ହେବେ ।
ପ୍ରତିକାତ୍ମକ ଫଟୋ
ଭୟଙ୍କର ବାତ୍ୟା ଫନିରେ ଓଡିଶାରେ 65ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଯାଇଥିଲା । ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ରାଜ୍ଯର ଉପକୂଳବର୍ତ୍ତୀ ଅଞ୍ଚଳ । ହଂକଂର ବିପର୍ଯ୍ୟୟ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ।
ଘରୋଇ ସାମଗ୍ରୀ, ଜଳ ଓ ଶିକ୍ଷାରେ ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି । ରିଲିଫ୍ ଏଜେନ୍ସି ଗୁଡ଼ିକ ଏ ନେଇ ରିପୋର୍ଟ ଦାଖଲ କରିବେ। ଉପଯୋଗ ହେବାକୁ ଥିବା ପାଣ୍ଠିର ଅଡିଟ୍ ମଧ୍ୟ କରାଯିବ ବୋଲି ଜଣାପଡିଛି ।