ନୂଆଦିଲ୍ଲୀ: ସେନା ପକ୍ଷରୁ ହେଉଥିବା ହନି ଟ୍ରାପ ମାମଲାର ଯାଞ୍ଚ ସମୟସୀମା ବୃଦ୍ଧି କରାଯାଇଛି । ସୂଚନା ଅନୁସାରେ, ସେନା ସହ ଜଡିତ ସମ୍ବେଦନଶୀଳ ତଥ୍ୟ ଶତ୍ରୁ ଦେଶକୁ ସୋସିଆଲ ମିଡିଆ ମାଧ୍ୟମରେ ପଠାଯାଉଛି । ଏନେଇ ବର୍ତ୍ତମାନ ସୁଦ୍ଧା 11 ଯବାନଙ୍କ ସମେତ 2 ସାଧାରଣ ନାଗରିକଙ୍କୁ ଗିରଫ କରାଯାଇଛି ।
ହନି ଟ୍ରାପରେ ନୌସେନା, ବନ୍ଧା ହେଲେ 11 ଅଧିକାରୀ
11 ନୌସେନା ଅଧିକାରୀଙ୍କ ସମେତ 2 ନାଗରିକଙ୍କୁ ଗିରଫ କରାଯାଇଛି । ପୂର୍ବରୁ ହନି ଟ୍ରାପ ନେଇ ନୌସେନା ପକ୍ଷରୁ ଅଧିକାରୀଙ୍କ ସ୍ମାର୍ଟ ଫୋନ ବ୍ୟବହାର ଉପରେ ଲଗାଯାଇଥିଲା ପ୍ରତିବନ୍ଧକ । ଅଧିକ ପଢନ୍ତୁ...
ଗିରଫ ହୋଇଥିବା ଯବାନ ପୂର୍ବରୁ ଆନ୍ଧ୍ରପ୍ରଦେଶର ବିଶାଖପାଟନମ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ବେସରେ କାର୍ଯ୍ୟ କରୁଥିଲେ । ଏହି ଅପରେସନରେ ଆନ୍ଧ୍ରପ୍ରଦେଶ ପୋଲିସ, ନାଭାଲ ଇଣ୍ଟେଲିଜେନ୍ସ ଏଜେନ୍ସିଙ୍କ ସମେତ ନୌସେନାର 7 କର୍ମଚାରୀ ସାମିଲ ଥିଲେ । ହନିଟ୍ରାପରେ ଫସିବା ପରେ ସମସ୍ତ ସୈନିକ ନୌସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ କରିଥିଲେ।
ଏହି ଘଟଣା ପଦାକୁ ଆସିବା ପରେ ନୌସେନାରେ ସ୍ମାର୍ଟ ଫୋନ ଏବଂ ଫେସବୁକ ଭଳି ସୋସିଆଲ ମିଡିଆ ସାଇଟର ବ୍ୟବହାର କରିବା ନେଇ ପ୍ରତିବନ୍ଧକ ଲଗାଯାଇଥିଲା । ଏହାପରେ କିଛି ନୌସେନା ଅଧିକାରୀ ପରିବାର ସହ ଯୋଗାଯୋଗରେ ସମସ୍ୟା ହେଉଥିବା ଅଭିଯୋଗ ଆଣିଥିଲେ । ଏହାକୁ ଆଖିରେ ରଖି 2ଜି କନେକ୍ଟିଭିଟି ଥିବା ଫୋନ ବ୍ୟବହାର ପାଇଁ ପୁନଃ ଅନୁମତି ଦିଆଯାଇଥିଲା ।