ନୂଆଦିଲ୍ଲୀ: ମୁଖ୍ୟ ବିଚାରପତିଙ୍କ ବ୍ୟତୀତ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 30ରୁ 33କୁ ବୃଦ୍ଧି କରିବା ନେଇ ପାରିତ ହୋଇଥିବା ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି।
ସୁପ୍ରିମ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁର
ସୁପ୍ରିମ କୋର୍ଟରେ ବିଚାରପତିଙ୍କ ସଂଖ୍ୟା 30ରୁ 33କୁ ବୃଦ୍ଧି ନେଇ ପାରିତ ହୋଇଥିବା ବିଲକୁ ରାଷ୍ଟ୍ରପତି ମଞ୍ଜୁର କରିଛନ୍ତ । ଗତ ସପ୍ତାହ ସଂସଦରେ ପାରିତ ହୋଇଥଲା ଏହି ବିଲ୍ ।
ଫାଇଲ ଫଟୋ
ଗତ ସପ୍ତାହରେ ସଂସଦରେ ସୁପ୍ରିମକୋର୍ଟରେ ଜଜ ସଂଖ୍ୟା ବୃଦ୍ଧି କରିବା ନେଇ ବିଲ ପାରିତ ହୋଇଥିଲା । ମୁଖ୍ୟ ବିଚାରପତିଙ୍କ ସମେତ ବର୍ତ୍ତମାନ ସୁପ୍ରିମ କୋର୍ଟରେ 31 ଜଣ ବିଚାରପତି ରହିଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବିଚାରପତି ସଂଖ୍ୟା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିଲା।