ଓଡିଶା

odisha

ETV Bharat / bharat

ଫସି ରହିଥିବା ଲୋକଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲେ ଗାଇଡଲାଇନ - କୋରୋନା

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତ ରବିବାର ସ୍ପଷ୍ଟ କରିଛନ୍ତି ଯେ ଲକଡାଉନ ସମୟରେ ଲୋକଙ୍କୁ ସାମାନ୍ୟ ଛାଡ ଦିଆଯାଇଛି । ତାହା କେବଳ ପ୍ରବାସୀ ଶ୍ରମିକ, ଫସିଥିବା ପର୍ଯ୍ୟଟକ, ଶ୍ରଦ୍ଧାଳୁ ଏବଂ ଛାତ୍ରମାନଙ୍କ ପାଇଁ ଅଟେ । ଅଧିକ ପଢ଼ନ୍ତୁ...

_corona
ଫସି ରହିଥିବା ଲୋକଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲେ ଗାଇଡଲାଇନ

By

Published : May 5, 2020, 1:21 AM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତ ରବିବାର ସ୍ପଷ୍ଟ କରିଛନ୍ତି ଯେ ଲକଡାଉନ ସମୟରେ କିଛି ଲୋକଙ୍କୁ ସାମାନ୍ୟ ଛାଡ ଦିଆଯାଇଛି । ତେବେ ଏହି ଛାଡ କେବଳ ପ୍ରବାସୀ ଶ୍ରମିକ, ଫସିଥିବା ପର୍ଯ୍ୟଟକ, ଶ୍ରଦ୍ଧାଳୁ ଏବଂ ଛାତ୍ରମାନଙ୍କ ପାଇଁ ଅଟେ ।

କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି କହିଛନ୍ତି ଯେ, ଗୃହ ମନ୍ତ୍ରଣାଳୟ ଫସିଥିବା ଲୋକଙ୍କୁ ଯିବା ଆସିବା ପାଇଁ ଅନୁମତି ଦେଇଛନ୍ତି । ଯେଉଁମାନେ ଲକଡାଉନ ପୂର୍ବରୁ ନିଜ ଘରୁ ଚାଲିଯାଇଥିଲେ ଏବଂ ଲକଡାଉନ କାରଣରୁ ଯେଉଁମାନେ ଫେରିପାରିନାହାନ୍ତି ।

ତେବେ ଚିଠିରେ କୁହାଯାଇଛି ଯେ, ଆଦେଶରେ ଯେଉଁ ସବୁ ସୁବିଧା ଦିଆଯାଇଛି ତାହା କେବଳ ଫସିଥିବା ଲୋକଙ୍କ ପାଇଁ ଅଟେ । କିନ୍ତୁ ଏହି ନିୟମ ସେମାନଙ୍କ ପାଇଁ ଲାଗୁ କରାଯାଉନାହିଁ ଯେଉଁମାନେ କାମ ପାଇଁ ବାହାରେ ରାଜ୍ୟକୁ ଯାଇ ଭଲରେ ରହିଛନ୍ତି ।

ତେବେ ଲକଡାଉନ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ, ହଜାର ହଜାର ପର୍ଯ୍ୟଟକ, ଛାତ୍ର ଏବଂ ଶ୍ରଦ୍ଧାଳୁ ଫସିରହିଛନ୍ତି । ତେବେ ଗୃହ ମନ୍ତ୍ରଣାଳୟ ଗତ ଶୁକ୍ରବାର ଦିନ ଟ୍ରେନ୍ ଏବଂ ବସ୍ ମାଧ୍ୟମରେ ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଦୂରତା ନିୟମ ଅନୁସରଣ କରି ନିଜ ରାଜ୍ୟକୁ ଫେରିବା ପାଇଁ ଅନୁମତି ଦେଇଛନ୍ତି ।

ABOUT THE AUTHOR

...view details