ନୂଆଦିଲ୍ଲୀ: ଦେଶରେ ଦୋକାନ ଖୋଲିବା ଅନୁମତିକୁ ନେଇ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି। ଗୃହ ମନ୍ତ୍ରଣାଳୟ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ସପିଂ ମଲ ବ୍ୟତୀତ ଗ୍ରାମାଞ୍ଚଳରେ ସମସ୍ତ ଦୋକାନ ଖୋଲିବାକୁ ରାଜ୍ୟକୁ ଅନୁମତି ଦିଆଯାଇଛି। ଏଥିରେ ସହରାଞ୍ଚଳ, ସମସ୍ତ ସ୍ବତନ୍ତ୍ର ଦୋକାନ ଏବଂ ଆବାସିକ କମ୍ପ୍ଲେକ୍ସରେ ଅବସ୍ଥିତ ଦୋକାନ ଅନ୍ତର୍ଭୁକ୍ତ କିନ୍ତୁ ବଜାର ପରିସର ଏବଂ ସପିଂ ମଲରେ ଦୋକାନ ଖୋଲିବାକୁ ଅନୁମତି ନାହିଁ ।
ଦୋକାନ ଖୋଲିବା ନେଇ ସ୍ପଷ୍ଟୀକରଣ ଦେଲା ଗୃହବିଭାଗ, ବନ୍ଦ ରହିବ ମଦ ଦୋକାନ - amit shah
ଦେଶରେ ଦୋକାନ ଖୋଲିବା ଅନୁମତିକୁ ନେଇ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି। ଗୃହ ମନ୍ତ୍ରଣାଳୟ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ସପିଂ ମଲ ବ୍ୟତୀତ ଗ୍ରାମାଞ୍ଚଳରେ ସମସ୍ତ ଦୋକାନ ଖୋଲିବାକୁ ରାଜ୍ୟକୁ ଅନୁମତି ଦିଆଯାଇଛି।
ଗୃହବିଭାଗ
କୋରୋନା ସଂକ୍ରମଣର ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଏକ ସମୀକ୍ଷା ବୈଠକ ଚାଲିଛି। ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଇ-କମର୍ସ କମ୍ପାନୀଗୁଡିକ ଦ୍ବାରା ବିକ୍ରୟ କେବଳ ଜରୁରୀ ଜିନିଷ ପାଇଁ ଜାରି ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ମଦ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି ଉପରେ ପ୍ରତିବନ୍ଧକ ଜାରି ରହିଛି। ଏଥିସହ ମନ୍ତ୍ରଣାଳୟ କହିଛି ଯେ, ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ବାରା ହଟସ୍ପଟ କ୍ଷେତ୍ର ଭାବରେ ଘୋଷିତ ହୋଇଥିବା ଅଞ୍ଚଳରେ ଦୋକାନ ଖୋଲିବାକୁ ଦିଆଯିବ ନାହିଁ।