ଓଡିଶା

odisha

ଶାହାଙ୍କୁ ଲୋଡାନାହିଁ ଏନଏସଜି ସୁରକ୍ଷା

ଦେଶର ଗୃହମନ୍ତ୍ରୀଙ୍କୁ ଦରକାର ନାହିଁ ଏନଏସଜି ସୁରକ୍ଷା । ସିଆରପିଏଫ ହିଁ ଯଥେଷ୍ଟ ।

By

Published : Sep 18, 2019, 8:21 AM IST

Published : Sep 18, 2019, 8:21 AM IST

ଫାଇଲ ଫଟୋ


ହାଇଦ୍ରାବାଦ: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ । ଏମିତି କିଛି ଗୁଇନ୍ଦା ସୂଚନା ଦେଲା । ତୁରନ୍ତ ବସିଲା ସୁରକ୍ଷା ଜନିତ ଉଚ୍ଚକ୍ଷମତା ସଂପନ୍ନ କମିଟିର ବୈଠକ । ପ୍ରଥମତଃ ଦେଶର ଗୃହମନ୍ତ୍ରୀ ତେଣୁ ପ୍ରୋଟୋକଲ ଅନୁସାରେ ଅମିତ ଶାହାଙ୍କୁ ଏନଏସଜି କମୋଣ୍ଡୋଙ୍କ ସୁରକ୍ଷା ଯୋଗାଇ ଦିଆଯିବ । ଦ୍ବିତୀୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ତେଣୁ ସୁରକ୍ଷା କମିଟିର ସୁପାରିଶ ଅନୁସାରେ ଏନଏସଜି ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତି ନିଆଗଲା ।

କିନ୍ତୁ ଖୋଦ ଅମିତ ଶାହା ଏନଏସଜି ସୁରକ୍ଷା ନେବାକୁ ମନାକଲେ । ସିଧା ସିଧା କହିଛନ୍ତି ତାଙ୍କୁ ଯେଉଁ ସୁରକ୍ଷା ମିଳିଛି ତାହା ପର୍ଯ୍ୟାପ୍ତ । ଏନଏସଜି ସୁରକ୍ଷାର ଆବଶ୍ୟକତା ନାହିଁ । ଅମିତ ଶାହାଙ୍କ ଏହି ନିଷ୍ପତିକୁ ନେଇ ଏବେ ସାରା ଦେଶରୁ ତାଙ୍କ ନିକଟକୁ ପ୍ରଶଂସା ଛୁଟୁଛି ।

ଉଲ୍ଲେଖଯୋଗ୍ୟ ଯେ, ଦେଶର ଆଇନ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ପରେ ଗୃହମନ୍ତ୍ରୀଙ୍କୁ ସର୍ବାଧିକ ସୁରକ୍ଷା ମିଳୁଛି । ଅମିତ ଶାହାଙ୍କ ପୂର୍ବରୁ ଯେତେ ଜଣ ଗୃହମନ୍ତ୍ରୀ ଥିଲେ ସମସ୍ତଙ୍କୁ ଏନଏସଜି ସୁରକ୍ଷା ଯୋଗାଇ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ଏସପିଜି ପରେ ଏନଏସଜି ହେଉଛି ଦ୍ବିତୀୟ ସର୍ବୋଚ୍ଚ ସୁରକ୍ଷା ବାହୀନି । ଯାହାର କମାଣ୍ଡୋ ମାନେ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇଥାନ୍ତି । ଏହାସହ କୌଣସି ଆତଙ୍କବାଦୀ ଅପରେସନରେ ଏମାନେ ସଫଳ ମୁକାବିଲା କରିଥାନ୍ତି ।

ABOUT THE AUTHOR

...view details