ଗୌହାଟୀ: ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟକୁ ଧାରା ୩୭୧ ଅନୁଯାୟୀ ମିଳୁଥିବା ସ୍ବତନ୍ତ୍ର ସୁବିଧାକୁ ଉଚ୍ଛେଦ କରିବେ ନାହିଁ କେନ୍ଦ୍ର ସରକାର । ପୂର୍ବୋତ୍ତର ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା 371 ର ଭାରତୀୟ ସମ୍ବିଧାନରେ ବିଶେଷ ସ୍ଥାନ ରହିଛି । ଯାହାକୁ ବିଜେପି ସରକାର ସମ୍ମାନ ଜଣାଉଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।
ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି) ର ଚୁଡାନ୍ତ ତାଲିକା ପ୍ରକାଶ ପାଇବା ପରେ ରବିବାର ପ୍ରଥମ ଥର ପାଇଁ ଆସାମ ଗସ୍ତ କରିଛନ୍ତି ଶାହ । ସେଠାରେ ସେ ୬୮ ତମ ଉତ୍ତର-ପୂର୍ବ ପରିଷଦରେ ଯୋଗ ଦେଇଛନ୍ତି । ତେବେ ଏଥିରେ ଉଦବୋଧନ ଦେଇ ଶାହ କହିଛନ୍ତି, ଭାରତୀୟ ସମ୍ବିଧାନରେ ଅନୁଚ୍ଛେଦ 371ର ସ୍ବତନ୍ତ୍ର ପ୍ରାବଧାନ ରହିଛି ଏବଂ ବିଜେପି ସରକାର ଏହାର ସମ୍ମାନ କରୁଛି । ବିଜେପି ସରକାର ଏଥିରେ କୌଣସି ପ୍ରକାର ପରିବର୍ତ୍ତନ କରିବେ ନାହିଁ ବୋଲି ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ଶାହ । ଅନୁଚ୍ଛେଦ ଅସ୍ଥାୟୀ ପ୍ରାବଧାନ ଥିଲା । କିନ୍ତୁ ଧାରା ୩୭୧ ଉତ୍ତର ପୂର୍ବ ଭାରତର ରାଜ୍ୟଗୁଡ଼ିକ ପାଇଁ ସ୍ବତନ୍ତ୍ର ସୁବିଧା ଯୋଗାଇ ଦେଉଛି। ତେଣୁ ଏହି ଦୁଇଟି ଯାକ ଧାରା ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ରହିଛି ବୋଲି ଶାହ କହିଛନ୍ତି।