ଓଡିଶା

odisha

ETV Bharat / bharat

ବିରୋଧୀ ବିରୋଧ କରିବେ କରନ୍ତୁ, ସରକାର ଶରଣାର୍ଥୀଙ୍କୁ ନାଗରିକତା ଦେବେ: ଗୃହମନ୍ତ୍ରୀ - ନାଗରିକତା ସଂଶୋଧନ ଆଇନ

ସିଏଏକୁ ନେଇ ପୁଣି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଏହାସହ ବିଶ୍ବବିଦ୍ୟାଳୟର ଆନ୍ଦୋଳନକୁ ନେଇ ଦେଲେ ବଡ ବୟାନ। ପଢନ୍ତୁ...

PHOTO
home minister

By

Published : Dec 18, 2019, 12:01 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶବ୍ୟାପୀ ବିରୋଧ ଚାଲିଛି । ଏହାକୁ ନେଇ ଏବେ ରାଜନୀତି ମଧ୍ୟ ବଢିବାରେ ଲାଗିଛି । ବିରୋଧୀ ଏହାକୁ ମୁଦ୍ଦା କରି ସରକାରଙ୍କୁ ଘେରିବାକୁ କୌଣସି ସୁଯୋଗ ହାତଛଡା କରୁନାହାଁନ୍ତି। ସବୁ ଘମାସାନ ପରେ ଏବେ ଗୃହମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମୁଦ୍ଦାକୁ ଆହୁରି ଇନ୍ଧନ ଯୋଗାଇଛି।


ମଙ୍ଗଳବାର ଝାଡଖଣ୍ଡରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ସିଏଏକୁ ନେଇ ବିରୋଧୀ ଯେତେ ରାଜନୀତି କରିବା କଥା କରନ୍ତୁ, ହେଲେ କେନ୍ଦ୍ର ସରକାର ଶରଣାର୍ଥୀଙ୍କୁ ନାଗରିକତା ଦେବାରେ କୌଣସି ପଛଘୁଞ୍ଚା ଦେବ ନାହିଁ । ଶରଣାର୍ଥୀଙ୍କୁ ନାଗରିକତା ମିଳିବ ଏବଂ ସେମାନେ ଦେଶରେ ସମ୍ମାନର ସହ ବଞ୍ଚିବେ। ଗୃହମନ୍ତ୍ରୀ ଶାହା ଆହୁରି ସ୍ପଷ୍ଟ କରିଛନ୍ତି ସିଏଏରେ କେଉଁଠିବି ନାହିଁ ଯେ କୌଣସି ନାଗରିକଙ୍କ ନାଗରିକତା ପ୍ରତ୍ୟାହର ହେବ। ଏହି ବିଲ ନାଗରିକତା ଦେବାପାଇଁ ନାଗରିକତା ନେବା ପାଇଁ ନୁହେଁ ବୋଲି କହିଛନ୍ତି ।


‘ମୁଁ ବିଶ୍ବାସ ଦେଉଛି’

ଶାହା କହିଛନ୍ତି ଯେଉଁମାନେ ଦେଶର ନାଗରିକ ସେମାନେ ଡରିବାର କୌଣସି କାରଣ ନାହିଁ । ଦେଶର କୌଣସି ନାଗରିକଙ୍କ କୌଣସି ଅସୁବିଧା ହେବ ନାହିଁ । ଏହାସହ ଦେଶର ସଂଖ୍ୟାଲଘୁଙ୍କର କୌଣସି ଅଧିକାର ମଧ୍ୟ କ୍ଷୁର୍ଣ୍ଣ ହେବାନାହିଁ। ଦେଶବାସୀଙ୍କୁ ପୁଣିଥରେ ବିଶ୍ବାସ ଦେଇଛନ୍ତି ।


ସିଏଏକୁ ବିରୋଧ କରନ୍ତୁ ନାହିଁ

ଅମିତ ଶାହା କହିଛନ୍ତି ସରକାରଙ୍କୁ ବିରୋଧ କରୁଥିବା ସମସ୍ତ ବିରୋଧୀଙ୍କୁ ମୁଁ ଆହ୍ବାନ କରୁଛି ଦେଶର ଜନତାଙ୍କ ସମ୍ମୁଖରେ କୁହନ୍ତୁ କି ଆପଣ ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ତାନରୁ ଆସିବା ପାଇଁ ଚାହୁଁଥିବା ମୁସଲମାନ ଶରଣାର୍ଥୀଙ୍କୁ ଭାରତରେ ସ୍ବୀକାର କରିନେବା ଦରକାର। ଯଦି ନାହିଁ ତେବେ ଏହି ଆଇନକୁ ବିରୋଧ କରନ୍ତୁ ନାହିଁ।


କୌଣସି ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ

ଅମିତ ଶାହା କହିଛନ୍ତି ଦେଶରେ 4ଶହ ରୁ ଅଧିକ ବିଶ୍ବବିଦ୍ୟାଳୟ ଅଛି । ସେଥିରୁ 5 ରୁ 6 ଟି ବିଶ୍ବବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ ଚାଲିଛି । ଯେଉଁଥିରେ ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ, ଜେଏନୟୁ, ଲକ୍ଷ୍ନୌ ଓ ଆଲିଗଡ ବିଶ୍ବବିଦ୍ୟାଳୟ ବୋଲି କହିଛନ୍ତି । ସବୁଠି ଅପପ୍ରଚାର ଚାଲିଛି ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଶାହା ସ୍ପଷ୍ଟ କରିଛନ୍ତି ଦେଶର କୌଣସି ଗୋଟିଏ ବି ଛାତ୍ରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହାସହ କହିଛନ୍ତି ପୂର୍ବତ୍ତୋର ରାଜ୍ୟରେ ଗତ ତିନିଦିନ ମଧ୍ୟରେ କୌଣସି ହିଂସା ହୋଇନାହିଁ। ଧୀରେଧୀରେ ସ୍ଥିତି ସ୍ବାଭାବିକ ହେଉଛି ବୋଲି କହିଛନ୍ତି ।

ABOUT THE AUTHOR

...view details