ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ବୁଧବାର ହିଜବ୍ବୁଲ ମୁଜାହିଦ୍ଦିନ ଆତଙ୍କୀ ସଂଗଠନ ସହ ଜଡିତ 5 ଜଣ ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଛି ସେନା । ସେମାନଙ୍କୁ ଜମ୍ମୁ-କାଶ୍ମୀରର ସୋପିଆନରୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀଙ୍କ ନିକଟରୁ ଆଇଇଡି ମଧ୍ୟ ଜବତ କରାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି । ସେମାନେ ସେନା, ସିଆରପିଏଫ ଓ ପୋଲିସ ଉପରେ ବଡ଼ ଧରଣର ଆକ୍ରମଣ ଯୋଜନା କରୁଥିବା ଜଣା ପଡିଛି ।
ସୋପିଆନରେ ଆକ୍ରମଣ ଯୋଜନା ପଣ୍ଡ, 5 ହିଜବ୍ବୁଲ ଆତଙ୍କବାଦୀ ଗିରଫ - shopian\
ବୁଧବାର ହିଜବ୍ବୁଲ ମୁଜାହିଦ୍ଦିନ ଆତଙ୍କୀ ସଂଗଠନ ସହ ଜଡିତ 5 ଜଣ ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଛି ସେନା । ସେମାନଙ୍କୁ ଜମ୍ମୁ-କାଶ୍ମୀରର ସୋପିଆନରୁ ଗିରଫ କରାଯାଇଛି ।
ଫାଇଲ ଫଟୋ
ଗିରଫ ଆତଙ୍କବାଦୀ ମାନେ ଆକିବ ନଜୀର ରାଥୋର, ଆମିର ମୁଜୀଦ ବାନୀ, ସମୀର ଅହମଦ ଭଟ୍ଟ, ଫୈସଲ ଫାରୁକ ଅହଙ୍ଗର ଏବଂ ରଇସ ଅହମଦ ଗନାଇ ବୋଲି ଜାଣିବାକୁ ମିଳିଛି । ତେବେ ସେମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆଇଡି ବିସ୍ଫୋରଣ ଯୋଜନା କରୁଥିଲେ ।
ସୂଚନା ଯୋଗ୍ୟ ଯେ, କିଛିଦିନ ତଳେ କାଶ୍ମୀରର ପୁଲଓ୍ଵାମାରେ ଆତଙ୍କବାଦୀ ଆଇଇଡି ବିସ୍ଫୋରଣ କରିଥିଲେ । ଏଥିରେ ସେନାର ଏକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଯବାନ ମାନେ ଅଳ୍ପକେ ବର୍ତ୍ତିଯାଇଥିଲେ ।