ଓଡିଶା

odisha

ETV Bharat / bharat

ଇଫତାରରେ ଭାଇଚାରାର ବାର୍ତ୍ତା ବାଣ୍ଟିଲେ ହିନ୍ଦୁ-ମୁସଲିମ - hindu

ନାହିଁ ବାଛ ବିଚାର । ଶାନ୍ତି ଶୃଙ୍ଖଳାରେ ବଞ୍ଚିବା ସବୁ ମଣିଷର ଧର୍ମ । ତେଣୁ ଜଣେ ହିନ୍ଦୁ ବ୍ୟକ୍ତି ଆୟୋଜନ କରିଛନ୍ତି ମୁସଲିମ ଭାଇଙ୍କ ପାଇଁ ଇଫତାର । ତେବେ ଆସନ୍ତୁ ଜାଣିବା କିଏ ଏହି ବ୍ୟକ୍ତି...

ଫଟୋ ସୌଜନ୍ୟ : ଇଟିଭି ଭାରତ, ବ୍ୟୁରୋ

By

Published : May 25, 2019, 10:13 PM IST

ଲକ୍ଷ୍ନୌ : କେଉଁଠି ଜାତିଧର୍ମ ପାଇଁ ଜଣେ ନେଉଛି ଅନ୍ୟ ଜଣଙ୍କର ଜୀବନ ତ ଅନ୍ୟ କେଉଁଠି ଦେଖାଦେଇଛି ଭାଇଭାଇ ଭିତରେ ଭଲପାଇବା । ଉତ୍ତରପ୍ରଦେଶ ଛପ୍ରାଉଲା ଗାଁରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ । ଏବେ ରମଜାନ ମାସ ଚାଲୁଥିବାରୁ ମୁସଲିମ ସମ୍ପ୍ରଦାୟର ଲୋକେ ରଖିଥାନ୍ତି ରୋଜା । ଆଉ ରୋଜା ଭାଙ୍ଗିବା ପାଇଁ ରଖାଯାଏ ଇଫତାର । ତେବେ ସେହି ଅଞ୍ଚଳର ରାମବୀର ସିଂ ନାମକ ଜଣେ ବ୍ୟକ୍ତି ସେମାନଙ୍କ ଏହି କାର୍ଯ୍ୟକ୍ରମକୁ ହୋଷ୍ଟ କରିଛନ୍ତି ।

ରାମବୀରଙ୍କ ଧର୍ମ ହିନ୍ଦୁ । ସେ ଟାଟା ମୋଟର୍ସରେ କାମ କରନ୍ତି । ହେଲେ ସେ ଜାତିଧର୍ମ ନଦେଖି ଏହି ମୁସଲମାନ ଭାଇଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି । ଆଉ ସମାଜକୁ ଶାନ୍ତିର ସହ ବଞ୍ଚିବା ପାଇଁ ବାର୍ତ୍ତା ଦେଇଛନ୍ତି । ଶୁକ୍ରବାର ସୂର୍ଯ୍ୟାସ୍ତ ପୂର୍ବରୁ ଉଭୟ ହିନ୍ଦୁ ଏବଂ ମୁସଲମାନ ସଂପ୍ରଦାୟର ଲୋକେ ବସି ଏକାଠି ରାମବୀରଙ୍କ କାର୍ଯ୍ୟାଳୟରେ ଇଫତାର ଖାଇଥିଲେ । ଏହାପରେ ନମାଜ ପଢି ରୋଜା ଖୋଲିଥିଲେ ।

ହିନ୍ଦୁ ମୁସଲମାନ ଭିତରେ କୌଣସି ଭିନ୍ନତା ନ ଦେଖିବା ସହ ଏକାଠି ଭାଇଚାରାରେ ବାନ୍ଧି ହୋଇ ରହିବା ପାଇଁ ମୁଁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲି ବୋଲି କୁହନ୍ତି ରାମବୀର ସିଂ।

For All Latest Updates

ABOUT THE AUTHOR

...view details