ଓଡିଶା

odisha

ETV Bharat / bharat

ୟୁଏଇରେ ହିନ୍ଦୀ ଭାଷାକୁ ସ୍ବୀକୃତି - ABUDHABI

ୟୁଏଇରେ ଆରବିକ୍, ଇଂରାଜୀ ପରେ ହିନ୍ଦୀ ତୃତୀୟ ନ୍ୟାୟିକ ଭାଷାର ମାନ୍ୟତା ପାଇଛି। ଆବୁଧାବି ନ୍ୟାୟିକ ବିଭାଗ ଏହି ସ୍ବୀକୃତି ପ୍ରଦାନ କରିଛନ୍ତି।

ଡିଜାଇନ ଫଟୋ

By

Published : Feb 12, 2019, 1:14 PM IST

ଆବୁଧାବି(ୟୁଏଇ): ଆବୁଧାବିରେ ହିନ୍ଦୀ ଭାଷାକୁ ତୃତୀୟ ଭାଷାର ମାନ୍ୟତା ମିଳିଛି। ଆରବିକ୍, ଇଂରାଜୀ ପରେ ହିନ୍ଦୀ ତୃତୀୟ ଭାଷାର ମାନ୍ୟତା ପାଇଛି। ଆବୁଧାବି ନ୍ୟାୟିକ ବିଭାଗ ଏହି ସ୍ବୀକୃତି ଦେଇଛି। ୟୁଏଇ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ପ୍ରଶଂସା କରିଛନ୍ତି । ଏହାଦ୍ବାରା ଅନେକ ଲୋକଙ୍କୁ ନ୍ୟାୟ ପାଇବାରେ ଆହୁରି ସୁବିଧା ହେବ ବୋଲି ଟ୍ୱିଟ କରି ଜଣାଇଛନ୍ତି ସେ।

ୟୁଏଇରେ ପାଖାପାଖି 3 ମିଲିୟନ ଭାରତୀୟ ରହୁଛନ୍ତି। ମୁଖ୍ୟତଃ ଶ୍ରମିକ ଶ୍ରେଣୀର ଲୋକ ସେଠାରେ ଅବସ୍ଥାନ କରୁଛନ୍ତି। ନ୍ୟାୟିକ ବିଭାଗର ଏହି ନିଷ୍ପତ୍ତି ଦ୍ବାରା ଅନେକ ଭାରତୀୟ ଉପକୃତ ହେବେ ବୋଲି ଆବୁଧାବିର ଗଣମାଧ୍ୟମ ପ୍ରକାଶ କରିଛି।

ସୂଚନା ରହିଛି କି ୟୁଏଇରେ ଅନେକ ସମୟରେ ଭାରତୀୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ହିନ୍ଦୀ ଭାଷାକୁ ସ୍ବୀକୃତି ମିଳିବା ଦ୍ବାରା ପ୍ରବାସୀ ଭାରତୀୟ ଅଭିଯୋଗ ଦାଖଲ କରିବାରେ କୌଣସି ଅସୁବିଧା ହେବ ନାହିଁ।

For All Latest Updates

ABOUT THE AUTHOR

...view details