ଓଡିଶା

odisha

ETV Bharat / bharat

ପର୍ଯ୍ୟଟକଙ୍କ ପାଇଁ ନୂଆ ଗାଇଡଲାଇନ ସହ ଖୋଲିଲା ହିମାଚଳ ପ୍ରଦେଶର ଦ୍ବାର - ପର୍ଯ୍ୟଟକଙ୍କ ପାଇଁ ନିର୍ଦ୍ଦେଶାବଳୀ

କେନ୍ଦ୍ର ସରକାରଙ୍କ ଅନଲକ-2ଜାରି ହେବା ପରେ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରୁଥିବା ରାଜ୍ୟ ହିମାଚଳ ପ୍ରଦେଶ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଏହାର ଦ୍ବାର । ରାଜ୍ୟର ସରକାର ଜାରି କଲେ ନୂଆ ଗାଇଡଲାଇନ ଓ ଏସଓପି । ଅଧିକ ପଢ଼ନ୍ତୁ...

Himachal opens gates for tourists, govt step-up precautions
ପର୍ଯ୍ୟଟକଙ୍କ ପାଇଁ ନୂଆ ଗାଇଡଲାଇନ ସହ ଖୋଲିଲା ହିମାଚଳ ପ୍ରଦେଶର ଦ୍ବାର

By

Published : Jul 6, 2020, 7:59 PM IST

ଶିମଲା: ପର୍ଯ୍ୟଟନ ଉପରେ ନିର୍ଭର କରୁଥିବା ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହିମାଚଳ ପ୍ରଦେଶ । କିନ୍ତୁ ତିନି ମାସରୁ ଅଧିକ ସମୟ ଧରି କୋରୋନା ମହମାରୀ ଯୋଦୁଁ ହୋଇଥିବା ଲକଡାଉନ କାରଣରୁ ଏହାର ଅର୍ଥ ବ୍ୟବସ୍ଥାକୁ ଜୋରଦାର ଆଘାତ ଲାଗିଛି । କେନ୍ଦ୍ର ସରକାର ଅନଲକ-2 ଘୋଷଣା କରିବା ପରେ ହିମାଚଳ ସରକାର ବାଧ୍ୟତାମୂଳକ ଗାଇଡ ଲାଇନ ଓ ଷ୍ଟାନଡାର୍ଡ ଓପରେଟିଙ୍ଗ ପ୍ରୋସିଜିଓର (SOP) ସହ ହୋଟେଲ, ରେଷ୍ଟୁରାଣ୍ଟ ମାଲିକ, ଟ୍ରାଭେଲ ଏଜେନ୍ସି ସମେତ ପର୍ଯ୍ୟଟକ ତଥା ପର୍ଯ୍ୟଟନ ବ୍ୟବସାୟରେ ଜଡିତ ବ୍ୟକ୍ତିଙ୍କ ପାଇଁ ହିମାଳୟ ରାଜ୍ୟର ଦ୍ବାର ଖୋଲିଛନ୍ତି ।

ପର୍ଯ୍ୟଟକଙ୍କ ପାଇଁ ନିର୍ଦ୍ଦେଶାବଳୀ:

  • ପର୍ଯ୍ୟଟକମାନେ ହିମାଚଳ ପ୍ରଦେଶକୁ ଆସିବା ପୂର୍ବରୁ ଅତି କମରେ 48 ଘଣ୍ଟା ପୂର୍ବରୁ
  • ରାଜ୍ୟ ସରକାରଙ୍କ ଇ-COVID ପାସ ୱେବସାଇଟ ନିଜ ନାମ ଏନରୋଲ କରିବାକୁ ହେବ ।
  • ପର୍ଯ୍ୟଟକମାନଙ୍କୁ ସର୍ବନିମ୍ନ ପାଞ୍ଚରୁ ସାତ ଦିନ ପାଇଁ ଆସିବାକୁ ପଡିବ ।
  • ପ୍ରବେଶ ପରେ ସେମାନେ କୋଭିଡ-19 ପାଇଁ ନେଗେଟିଭ ଥିବା ପରୀକ୍ଷା ରିପୋର୍ଟ ଦେଖାଇବା ଜରୁରୀ । ଏହାସହ ପରୀକ୍ଷା 72 ଘଣ୍ଟା ମଧ୍ୟରେ ହୋଇଥିବା ଜରୁରୀ ।
  • ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସ୍ବୀକୃତିପ୍ରାପ୍ତ ଲ୍ୟାବରୁ ଏହି ରିପୋର୍ଟ ପ୍ରଦାନ କରାଯିବା ଆବଶ୍ୟକ।
  • ଯାତ୍ରୀମାନେ ମାସ୍କ, ସାନିଟାଇଜର ଏବଂ ଗ୍ଲୋଭସ ନେବା ସହିତ ସେମାନଙ୍କ ଫୋନରେ ଆରୋଗ୍ୟ ସେତୁ ଆପ ରହିବା ଜରୁରୀ ।
  • ସେମାନେ ପ୍ରତ୍ୟେକ ଥର ଥର୍ମାଲ୍ ସ୍କାନିଂ ଏବଂ ସାମାଜିକ ଦୂରତା ନିୟମ ଅନୁସରଣ କରିବା ଆବଶ୍ୟକ ।
  • ହୋଟେଲ ବୁକିଂ ସହିତ ସେମାନଙ୍କ ଯାତ୍ରା ସମ୍ବନ୍ଧୀୟ ବିବରଣୀ ପ୍ରଶାସନରେ ପଞ୍ଜୀକୃତ ହେବ ।
  • ଲୋକମାନଙ୍କୁ କେବଳ ପ୍ରଶାସନ ଦ୍ବାରା ସ୍ଥିର କରାଯାଇଥିବା ସ୍ଥାନଗୁଡ଼ିକରେ ରହିବାକୁ ଅନୁମତି ଦିଆଯିବ ।
  • ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ନିଷେଧ ।

ପର୍ଯ୍ୟଟନ ବ୍ୟବସାୟରେ ଜଡିତ ଲୋକଙ୍କ ପାଇଁ ନିର୍ଦ୍ଦେଶାବଳୀ:

  • କରୋନାଭାଇରସ ସଂକ୍ରମଣ ପରେ ହୋଟେଲ, ଢ଼ାବା, ରେଷ୍ଟୁରାଣ୍ଟ କିମ୍ବା ଖାଦ୍ୟ ଆଉଟଲେଟରେ କର୍ମଚାରୀଙ୍କ ପାଇଁ ତାଲିମ ବାଧ୍ୟତାମୂଳକ ହେବ।
  • କର୍ମଚାରୀମାନଙ୍କୁ ଆରୋଗ୍ୟ ସେଟୁ ଆପ, ଥର୍ମାଲ୍ ସ୍କାନିଂ, ମାସ୍କ, ସାନିଟାଇଜର ଏବଂ ଗ୍ଲୋଭସ ବ୍ୟବହାର କରିବାକୁ ପଡିବ ।
  • ପର୍ଯ୍ୟଟକଙ୍କ ପାଇଁ ସାନିଟାଇଜରର ବ୍ୟବସ୍ଥା କରାଯିବା ଜରୁରୀ ।
  • ପ୍ରତ୍ୟେକ ବସ୍ତୁ ଏବଂ ସ୍ଥାନର ବାରମ୍ବାର ସାନିଟାଇଜେସନ ।
  • ସାମାଜିକ ଦୂରତା ବଜାୟ ରଖିବା ପାଇଁ ବ୍ୟବସ୍ଥା କରିବା ।
  • ସର୍ବସାଧାରଣ ଶୌଚାଳୟର ନିୟମିତ ପରିମଳ କରାଯିବା ।
  • କଣ କରିବା ଏବଂ ନକରିବା ସେନେଇ ନିର୍ଦ୍ଦେଶାବଳୀଗୁଡିକର ପୋଷ୍ଟର ବାଧ୍ୟତାମୂଳକ।
  • ପ୍ୟାକ ହୋଇଥିବା ଖାଦ୍ୟ ବହନ କରିବା ପାଇଁ ପୃଥକ ବ୍ୟବସ୍ଥା ।
  • ନଗଦ କାରବାର ପରିବର୍ତ୍ତେ ଡିଜିଟାଲ ପେମେଣ୍ଟର ପ୍ରୋତ୍ସାହନ ।
  • ଟ୍ୟାକ୍ସି ଡ୍ରାଇଭରମାନେ ଗ୍ଲୋଭସ ଏବଂ ମାସ୍କ ବ୍ୟବହାର କରିବା ଆବଶ୍ୟକ ।
  • ଟ୍ୟାକ୍ସିରେ ନିଷ୍କାସନ ବ୍ୟାଗ ଏବଂ ସାନିଟାଇଜରର ବ୍ୟବସ୍ଥା ।
  • ଆଡଭେଞ୍ଚର ଏବଂ ଜଳ କ୍ରୀଡା ପାଇଁ ଅନଲାଇନ ବୁକିଂ ।
  • ଆଡଭେଞ୍ଚର ଏବଂ ଜଳ କ୍ରୀଡ଼ାରେ ବ୍ୟବହୃତ ଯନ୍ତ୍ରପାତିର ବାରମ୍ବାର ସାନିଟାଇଜେସନ ।
  • ସାମର୍ଥ୍ୟର 60 ପ୍ରତିଶତ ଲୋକ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ ଏକ ଡଙ୍ଗା କିମ୍ବା ରାଫ୍ଟରେ ବସିବେ ।
  • ପ୍ୟାଡଲ୍ ଡଙ୍ଗାରେ କେବଳ 2 ଜଣ ବସିବାକୁ ମିଳିବ ଅନୁମତି ।
  • ସଂଗ୍ରହାଳୟ, ପାର୍କ ଏବଂ ପ୍ରାଣୀ ଉଦ୍ୟାନରେ ବାଧ୍ୟତାମୂଳକ ସାମାଜିକ ଦୂରତା ଅନୁସରଣ କରାଯିବ ।
  • ଭିଡ଼ ଏବଂ ସାମର୍ଥ୍ୟ ପରିଚାଳନା ପାଇଁ ବ୍ୟବସ୍ଥା ।
  • ଆଡଭେଞ୍ଚର ପାର୍କର ଦୋଳିରେ 60 ପ୍ରତିଶତ ଲୋକଙ୍କୁ ଅନୁମତି ।
  • ଫଟୋଗ୍ରାଫରମାନେ ମାସ୍କ, ସାନିଟାଇଜର, ଗ୍ଲୋଭସ ଏବଂ ଟୋପି ବ୍ୟବହାର କରିବା ସହିତ ସମସ୍ତ ସତର୍କତା ଅବଲମ୍ବନ କରିବା ଜରୁରୀ ।
  • ପର୍ଯ୍ୟଟନ ସ୍ଥାନଗୁଡ଼ିକରେ ଫଟୋ ପାଇଁ ପୋଷାକ ପରିବର୍ତ୍ତନ କରିବାର କୌଣସି ବ୍ୟବସ୍ଥା ରହିବ ନାହିଁ ।

ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରିବା ଏବଂ ମାରାତ୍ମକ ମହାମାରୀ ଯୋଗୁଁ ସଂଘର୍ଷ କରୁଥିବା ସମଗ୍ର ରାଜ୍ୟରେ ପର୍ଯ୍ୟଟନ ବ୍ୟବସାୟକୁ ସହାୟତା ଯୋଗାଇବା ପାଇଁ ହିମାଚଳ ପ୍ରଦେଶ ସରକାର ଏହି SOP ଏବଂ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ABOUT THE AUTHOR

...view details